ଭୁବନେଶ୍ୱର, ଫେବ୍ରୁଆରୀ ୧୫(ଲୋକାଲ ୱାୟାର): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲୁ୍ୟଓଡିସି)ର ବାର୍ଷିକ ଅନୁଦାନ ଦୁଇଗୁଣ ଅର୍ଥାତ ୨ଶହ କୋଟି ଟଙ୍କା କରିବା ସହ ୧୦ ଜିଲ୍ଲା ଏବଂ ଆଠମଲ୍ଲିକରେ ପରିଷଦର କାର୍ଯ୍ୟାଳୟ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ଅନୁମୋଦନ ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବୃହତ୍ ପ୍ରକଳ୍ପ, ଯଥା; ବିଜୁ ଏକ୍ସପ୍ରେସ୍ ୱେ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଗୁଡ଼ିକର କାମ ତ୍ୱରାନ୍ୱିତ ଉପରେ ଜୋର ଦେଇଛନ୍ତି ।
ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଆଗାମୀ ଦିନରେ ପନିପରିବା ଚାଷ, ଡାଲିଜାତୀୟ ଫସଲ ଓ ତୈଳବୀଜ, ଫୁଲ ଚାଷ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ପରିଷଦ ଗୁରୁତ୍ୱ ଦେବ ବୋଲି କହିଥିଲେ ।
ସମ୍ବଲପୁର, ବରଗଡ଼ ଓ ସୋନପୁରରେ ଧାନ ଓ ଧାନରୁ ଉତ୍ପାଦିତ ଜିନିଷର ବିନିଯୋଗ ପାଇଁ ଭିତ୍ତିଭୂମି, ବଲାଙ୍ଗୀରରେ କୁକୁଡ଼ା ଓ ଅଣ୍ଡାଚାଷ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ ।
କଳାହାଣ୍ଡିରେ ମାଛ ଚାଷ, ବୌଦ୍ଧ ଓ ସୋନପୁରରେ ଗୋପାଳନ, ଦୁଗ୍ଧ ଉତ୍ପାଦନ ସହ ହସ୍ତତନ୍ତ କ୍ଲଷ୍ଟରର ବିକାଶ ପାଇଁ ସୁଯୋଗ ଥିବାରୁ ପଦକ୍ଷେପ ହାତକୁ ନିଆଯିବ ।
ଲୋକାଲ ୱାୟାର
Leave a Reply