ଭୁବନେଶ୍ୱର, ଡିସେମ୍ବର ୨(ଲାକାଲ ୱାୟାର): ନିଲମ୍ବିତ ହୋଇ ଜେଲରେ ଥିବା ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ବେନାମୀ ସମ୍ପତ୍ତି ଯାଞ୍ଚ ପାଇଁ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଚିଠି ଲେଖାଯାଇଥିବା ଭିଜିଲାନ୍ସ ପକ୍ଷରୁ ବୁଧବାର କୁହାଯାଇଛି ।
ଅଭୟକାନ୍ତଙ୍କ ପୁଅ ଆକାଶର ୩ଟି ବ୍ୟାଙ୍କ ଆକାଉଣ୍ଟ (ଆଇସିଆଇସିଆଇ ଓ ଏଚଡିଏଫସି)ରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ହୋଇଛି ।
ଏହାର ଆୟକର ଦିଆଯାଇ ନଥିବା ଜଣାପଡ଼ିଛି ।
ଏଥିରେ ସନ୍ଦିଗ୍ଧ ଓ ବେନାମୀ କାରବାର ହୋଇଥିବା ସନ୍ଦେହ ହେଉଥିବାରୁ ତଦନ୍ତ ପାଇଁ ଆୟକର ବିଭାଗକୁ ଅନୁରୋଧ କରାଯାଇଛି ।
ଅନ୍ୟ ପକ୍ଷରେ ଭୁବନେଶ୍ୱରସ୍ଥିତ ଟ୍ରାଭେଲ୍ ଏଜେନ୍ସି ସ୍କାଏ କିଙ୍ଗ ପକ୍ଷରୁ ପାଠକ ପରିବାର ନାମରେ ୬୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଅଣାଯାଇଥିବାରୁ ଏହାର ତଦନ୍ତ କମିଶନରେଟ ପୁଲିସ ଆରମ୍ଭ କରିଛି ।
ସଂସ୍ଥାର ଅଧିକାରୀମାନଙ୍କୁ ଭେଟି ପୁଲିସ ତଥ୍ୟ ସଂଗ୍ରହ କରିଛି ।
ଉଲ୍ଲେଖଯୋଗ୍ୟ, ଇତି ମଧ୍ୟରେ ଅଭୟକାନ୍ତ ପାଠକଙ୍କୁ ଭିଜିଲାନ୍ସ ଅଧିକ ଜେରା ପାଇଁ ୩ ଦିନ ରିମାଣ୍ଡରେ ନେଇଛି ।
ଲୋକାଲ ୱାୟାର
Leave a Reply