ପାରାଦୀପ, ଡିସେମ୍ବର ୨୧ (ଲୋକାଲ ୱାୟାର): ଓଡ଼ିଶାରେ ପ୍ରଥମ ଥର ପାଇଁ ପାରାଦୀପ ବନ୍ଦରରେ ପ୍ରି-ପେଡ ସ୍ମାର୍ଟ ବିଦ୍ୟୁତ୍ ମିଟର ସେବା ଆରମ୍ଭ ହୋଇଛି ।
ଗ୍ରୀନ ପୋର୍ଟ ଅଭିଯାନର ଅଂଶ ଭାବେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରୟ ସ୍ମାର୍ଟ ମିଟର ସେବା ଆରମ୍ଭ କରିଥିଲେ ।
ଏହି ଅବସରରେ ଉପାଧ୍ୟକ୍ଷ ଏ.କେ. ବୋଷ, ମୁଖ୍ୟ ଯନ୍ତ୍ରୀ, ପିପିଟି ସରୋଜ ଦାସ ଓ ପୂର୍ବତନ ଟ୍ରଷ୍ଟି ଅନ୍ତର୍ଯ୍ୟାମୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ପାରାଦୀପ ବନ୍ଦରରେ ଗ୍ରାମ ପାୱାର ପକ୍ଷରୁ ସ୍ମାର୍ଟ ମିଟର ପ୍ରକଳ୍ପ ଆରମ୍ଭ ହୋଇଛି । ଏହାଦ୍ୱାରା ବିଦ୍ୟୁତ୍ ବିଲରେ ସ୍ୱଚ୍ଛତା ଆସିବା ସହ ମୋବାଇଲ ଆପରେ ଦେୟ ପଇଠ ହୋଇପାରିବ ।
ବିଦ୍ୟୁତ୍ ଉପଯୋଗକୁ ଦେଖି ଗ୍ରାହକମାନେ ଅଯଥା ଅପଚୟ ରୋକି ପାରିବେ । ସ୍ମାର୍ଟ ମିଟର ଯୋଗୁଁ ମିଟର ରିଡିଂ, ବିଲିଂ, ବିଲ ବଣ୍ଟନ, ବିଦୁ୍ୟତ ଆବଶ୍ୟକତା ନିୟନ୍ତ୍ରଣ କରାଯାଇପାରିବ ।
ଲୋକାଲ ୱାୟାର
Leave a Reply