ପାରାଦୀପ, ମାର୍ଚ୍ଚ ୧୩ (ଲୋକାଲୱେର): ରବିବାର ଉଦଯାପିତ ପାରାଦୀପ ବନ୍ଦର ଆମନ୍ତ୍ରଣୀୟ ଗଲ୍ଫ ଟୁର୍ଣ୍ଣାମେଂଟ ୨୦୨୧ର ମହିଳା ବିଭାଗରେ ମହିଳା ଗଲ୍ଫର ମାନସୀ ଚଲିଆ ଚାମ୍ପିୟନ ହୋଇଛନ୍ତି ।

ପୁରୁଷ ବର୍ଗରେ ଭୁବନେଶ୍ୱର ଗଲ୍ଫ କ୍ଲବର ଭୁବନେଶ୍ୱର ଓରାମ ଚାମ୍ପିୟନ ହୋଇଛନ୍ତି ।

ଭିନ୍ନକ୍ଷମ ବର୍ଗରେ ପାରାଦୀପ ଗଲ୍ଫ କ୍ଲବରେ ଓସ୍କାର ଡୁଙ୍ଗଡୁଙ୍ଗ, ଭୁବନେଶ୍ୱର ଗଲ୍ଫ କ୍ଲବର ଶୈଳେନ୍ଦ୍ର ଉପାଧ୍ୟାୟ ଓ କ୍ୟାପଟେନ ଏ.କେ ମହାପାତ୍ର ବିଜୟୀ ହୋଇଥିଲେ ।

ଟୁର୍ଣ୍ଣାମେଂଟଟି ପାରାଦୀପ ପୋର୍ଟ ଗଲ୍ଫ କ୍ଲବ ଓ ପାରାଦୀପ ବନ୍ଦର ସ୍ପୋର୍ଟସ କାଉନସିଲ ଦ୍ୱାରା ପାରାଦୀପ ଗଲଫ କୋର୍ସରେ ଆୟୋଜିତ ହୋଇଥିଲା । ଏହି ଅବସରରେ ଡବ୍ଲୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ, ପୂର୍ବତନ ପିପିଟି ଅଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର , ପାରାଦୀପ ବନ୍ଦର ଉପାଧ୍ୟକ୍ଷ ଏ.କେ ବୋଷ ପ୍ରମୁଖ ଯୋଗ ଦେଇଥିଲେ ।

ଲୋକାଲ ୱାୟାର