ରାଉରକେଲା, ଜୁନ୍ ୨୭ (ଲୋକାଲ ୱାୟାର): ପିଉସାଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ବିହାରରୁ ରାଉରକେଲା ଆସିଥିବା ଜଣେ ଯୁବକ ଗୁରୁବାର ବ୍ରାହ୍ମଣୀ ନଦୀର ବେଦବ୍ୟାସ ଘାଟରେ ଗାଧୋଉଥିବା ସମୟରେ ବୁଡ଼ି ଯାଇ ପ୍ରାଣ ହରାଇଥିବା ସ୍ଥାନୀୟ ପୁଲିସ ପ୍ରକାଶ କରିଛି ।
ବିହାରର ତ୍ରିପୁରାରୀ ସାହୁ (୨୩) ପିଉସାଙ୍କ ଶୁଦ୍ଧିକ୍ରିୟାରେ ସାମିଲ ହେବାକୁ ରାଉରକେଲାର ଦାଣ୍ଡିଆପାଲୀ ଅଞ୍ଚଳକୁ ଆସିଥିଲେ ।
ବ୍ରାହ୍ମଣୀ ନଦୀର ବେଦବ୍ୟାସ ଘାଟରେ ଅନ୍ୟାନ୍ୟ ସମ୍ପର୍କୀୟଙ୍କ ସହ ସେ ଗୁରୁବାର ସକାଳେ ଗାଧୋଉଥିଲେ ।
ଏହି ସମୟରେ ତ୍ରିପୁରାରୀ ଓ ତାଙ୍କ ଭଣଜା ରାହୁଲ ବୁଡ଼ି ଯାଇଥିଲେ । ଏହା ଦେଖି ଅନ୍ୟ ଲୋକମାନେ ରାହୁଲଙ୍କ ଉଦ୍ଧାର କରିଥିଲେ ମଧ୍ୟ ତ୍ରିପୁରାରୀଙ୍କୁ ପାଇ ନଥିଲେ ।
ଏ ନେଇ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା ।
ଅଗ୍ନିଶମ କର୍ମଚାରୀ ପହଞ୍ଚି ଘଣ୍ଟାଏ ପରେ ତ୍ରିପୁରାରୀଙ୍କ ମୃତ ଦେହ ଉଦ୍ଧାର କରିଥିଲେ ।
ତାଙ୍କ ପରିବାର ଲୋକେ ମୃତଦେହ ନେଇ ବିହାର ଚାଲି ଯାଇଛନ୍ତି ।
ଲୋକାଲ ୱାୟାର
Leave a Reply