ପାରାଦୀପ, ଡିସେମ୍ବର ୬(ଲୋକାଲ ୱାୟାର): ରାଜ୍ୟ ସରକାର ପାରାଦୀପ ଫସଫେଟ୍ ଲିମିଟେଡ୍ (ପିପିଏଲ୍)କୁ ୧୩ଟି ମୋବାଇଲ୍ ସଏଲ୍ ଟେଷ୍ଟିଂ ଲ୍ୟାବ୍ ପ୍ରଦାନ କରିଛନ୍ତି ।
ପୂର୍ବରୁ ପିପିଏଲ୍ ନିକଟରେ ୧୭ଟି ମୋବାଇଲ୍ ସଏଲ୍ ଟେଷ୍ଟିଂ ଲ୍ୟାବ୍ ଥିଲା । ଏବେ ମିଳିଥିବା ଲ୍ୟାବ ଗୁଡ଼ିକୁ ନୟାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, ସୁବର୍ଣ୍ଣପୁର, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ବାଲେଶ୍ୱର, କଳାହାଣ୍ଡି, ମୟୂରଭଞ୍ଜ ଓ ଝାରସୁଗୁଡ଼ା ଭଳି ୧୩ଟି ଜିଲ୍ଲାରେ ନିୟୋଜିତ କରାଯିବ ।
ଗତକାଲି ବିଶ୍ୱ ମୃତ୍ତିକା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନଠାରେ କୃଷି ମନ୍ତ୍ରୀ ଡ. ଅରୁଣ ସାହୁ ଭ୍ୟାନ୍ ଗୁଡ଼ିକୁ ପିପିଏଲ୍ କମ୍ପାନିର ଏଗ୍ରିକଲଚର୍ ଆଣ୍ଡ୍ ଆଲାଏଡ୍ ସର୍ଭିସେସ୍ ଜିଏମ୍ ଡ. କେ.କେ ସିଂଙ୍କୁ ହସ୍ତାନ୍ତର କରିଥିଲେ ।
ଏହି ଅବସରରେ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ବିଭାଗର ନିଦେ୍ର୍ଦଶକ ଏମ. ମୁଥୁକୁମାର,ପିପିଏଲର ଚିଫ ଫାଇନାନ୍ସିଆଲ ଅଫିସର ଶୈଳେଶ ପତି, ଆଞ୍ଚଳିକ ମ୍ୟାନେଜର ଆର ଏମ ଦେଶମୁଖ, ଡେପୁଟି ଜେନେରାଲ ମ୍ୟାନେଜର ବିଶ୍ୱଜିତ ନନ୍ଦ ଏବଂ କର୍ପୋରେଟ ଆଫେୟାର୍ସ ମୁଖ୍ୟ ସୁଧୀରଞ୍ଜନ ମିଶ୍ର ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply