ଭୁବନେଶ୍ବର, ଡିସେମ୍ବର ୩୧ (ଲୋକାଲ ୱାୟାର): ବିଭିନ୍ନ ସମୟରେ ବିବାଦରେ ରହୁଥିବା ବଲିଉଡ କଣ୍ଠଶିଳ୍ପୀ ସୋନା ମହାପାତ୍ର ଏବେ ପୁଣି ଥରେ ନିଜ ପୋଷାକକୁ ନେଇ ଚର୍ଚ୍ଚା ଘେରକୁ ଆସିଛନ୍ତି।
ନିକଟରେ ସୋନା ତାଙ୍କ ଟ୍ବିଟର ପେଜରେ ସ୍ବିମ୍ ସୁଟ୍ ପିନ୍ଧିଥିବା ତାଙ୍କର କେତେକ ଫଟୋ ଅପଲୋଡ୍ କରିଥିବାବେଳେ କେତେକ ୟୁଜର୍ସ ଏହାକୁ ପସନ୍ଦ କରିଥିବାବେଳେ ଆଉ କେତେକ ସୋନାଙ୍କୁ ଟ୍ରୋଲ୍ କରିଛନ୍ତି।
For the third lot who sent me love, right back at you!You give me strength everyday.
I hear the music.
I hear a beat.
From the universe around.
From within.????????
Own your spirit.
Own your journey.
Own your belly.
Don’t suck any of it https://t.co/ry3O1dMlcy
2020 here I Come pic.twitter.com/gXyWjVttaM— ShutUpSona (@sonamohapatra) December 31, 2019
ମି ଠୁ ଅଭିଯାନ ବେଳେ ସୋନା ବଲିଉଡ ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ ଓ କଣ୍ଠଶିଳ୍ପୀ କୈଳାସ ଖେଲଙ୍କ ବିରୋଧରେ ଟିପ୍ପଣୀ ଦେଇଥିବାବେଳେ ଏବେ ତାଙ୍କର ଏହି ଫଟୋକୁ ନେଇ ଟ୍ରୋଲ୍ କରିଥିବା ୟୁଜର୍ସମାନେ ସେହି ମିଠୁ କଥା ଉଲ୍ଲେଖ କରି ସୋନାଙ୍କୁ ସମାଲୋଚନା କରିଛନ୍ତି।
ଏହିପରି ଭାବରେ ସୋନାଙ୍କ ଏହି ଫଟ ଓ ଟ୍ବିଟ୍ ଭାଇରାଲ୍ ହେବା ପରେ ସମାଲୋଚକମାନଙ୍କ ଉଦ୍ଦେଶ୍ୟରେ ସୋନା ପୁଣି ଥରେ ଟ୍ବିଟର୍ ପେଜରେ ଲେଖିଛନ୍ତି ଯେ, ସେ କୌଣସି ଏକ ସ୍ବତନ୍ତ୍ର ଛାଞ୍ଚରେ ପଡ଼ିବାକୁ ଅସ୍ବୀକାର କରନ୍ତି, ଯେମିତି ନିଜ ପେଟ ପାଇଁ କାମ କରିବାକୁ ମନା କରିଦେଇଥିଲେ।
ସୂଚନାଯୋଗ୍ୟ, ସଲମାନ ଖାନ୍ ଓ ସୋନୁ ନିଗମଙ୍କ ସମେତ ପ୍ରିୟଙ୍କା ଚୋପ୍ରାଙ୍କ ସଂପର୍କରେ ବିବାଦୀୟ ବୟାନ ଦେଇ ସୋନା ଅତୀତରେ ବିବାଦ ଘେରକୁ ଆସିଥିଲେ।
ଏପରିକି ରଙ୍ଗବତୀ ଗୀତକୁ ଭିନ୍ନ ବାଗରେ ଗାଇ ସେ ଓଡ଼ିଶାରେ ମଧ୍ୟ ସମାଲୋଚନାର ଶିକାର ହୋଇଥିଲେ।
ଲୋକାଲ୍ ଓ୍ବାୟାର୍
Leave a Reply