ଭୁବନେଶ୍ୱର, ମେ ୪(ଲୋକାଲ ୱାୟାର): ପୁଣି ଓଡ଼ିଆ ସେଲିବି୍ରିଟିଙ୍କ ନିବେଦନ, ‘ମାସ୍କ ପିନ୍ଧନ୍ତୁ, ସୁରକ୍ଷିତ ରୁହନ୍ତୁ’ ।

ଅଭିନେତ୍ରୀ କୁକିଜ୍ ସ୍ୱାଇଁ, ଏଲିନା ସାମନ୍ତରାୟ ଓ କଣ୍ଠଶିଳ୍ପୀ ଅମ୍ରିତା ଭାରତୀ ପଣ୍ଡା ନିଜେ ମାସ୍କ ପିନ୍ଧିବା ସହ ଅନ୍ୟମାନଙ୍କୁ ପିନ୍ଧିବାକୁ ସଚେତନ କରିଛନ୍ତି ।

ସମସ୍ତେ ନିଜର ମାସ୍କ ପିନ୍ଧା ଫଟୋକୁ ସୋସିଆଲ୍ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ପୋଷ୍ଟ କରି ଏହି ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ।

ନାୟିକା କୁକିଜ୍ ଲେଖିଛନ୍ତି, ଜୀବନରେ ଏମିତି କିଛି କଠୋର ସମୟ ଆସେ । ଯୋଉଠି ମଣିଷକୁ ନିଜର ଅନେକ ଆଶା ଚାପି ରଖିବାକୁ ପଡ଼େ ।

ସମସ୍ତେ ମାସ୍କ ବ୍ୟବହାର କରନ୍ତୁ କାରଣ ଆମକୁ ସୁରକ୍ଷିତ ରହିବାର ଅଛି । ସବୁବେଳେ ହସୁଥାନ୍ତୁ ।

ହସ ହସ ମୁହଁରେ ଏଇ ପରିସ୍ଥିତିର ସାମ୍ନା କରି ନିଜ ପାଇଁ ଓ ସାରା ସମାଜ ପାଇଁ ସୁସ୍ଥ ଓ ଉନ୍ନତ ପରିବେଶ ଗଢ଼ିବାର ଅଛି ।

ଏଲିନା ଲେଖିଛନ୍ତି, ଲକଡାଉନ୍ ପୁଣି ଫେରିଲା । ଦିନକୁ ଦିନ ପରିସ୍ଥିତି ଖରାପ ହେଉଛି । ଆମକୁ ସତର୍କ ଓ ସଚେତନ ରହିବାକୁ ହେବ ।

ମାସ୍କ ପିନ୍ଧି, ସାନିଟାଇଜର୍ ବ୍ୟବହାର କରିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ।

ଅମ୍ରିତା କହିଛନ୍ତି, ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ । ସେତିକି ଆବଶ୍ୟକତା ପଡ଼ିଲେ ପଦାକୁ ବାହରନ୍ତୁ ।

ଲୋକାଲ ୱାୟାର