ବଲାଙ୍ଗିର, ଅକ୍ଟୋବର ୨୭ (ଲୋକାଲ ୱାୟାର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା କୁସଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର ଓ ଅନ୍ୟ କର୍ମଚାରୀମାନେ ନିଜ ଉଦ୍ୟମରେ ପୁନର୍ଜୀବିତ କରିବାରେ ସଫଳ ହୋଇଛନ୍ତି ।
ଏହି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦିନେ ଗଦା ଗଦା ଅଳିଆ ଆବର୍ଜନା ପଡି ରହୁଥିଲା । ହେଲେ ଏବେ ଯୁଆଡ଼େ ଦେଖିବେ ପରିଷ୍କାର ଦେଖାଯାଉଛି ।
ଏନେଇ ଡା. ସୂର୍ଯ୍ୟକାନ୍ତ ମହାପାତ୍ର କହିଛନ୍ତି ଯେ, ଚଳିତ ବର୍ଷ ଫେବୃଆରୀ ପହିଲାରେ ମୁଁ ଯେତେବେ ଏହି ମେଡ଼ିକାଲରେ ଯୋଗ ଦେଇଥିଲି ସେତେବେଳେ ସବୁଆଡ଼େ ଅପରିଷ୍କାର ଓ ଅବ୍ୟବସ୍ଥା ଲାଗି ରହିଥିଲା ।
ଏଠାରେ କେହି ଡାକ୍ତର ନ ଥିବା ବେଳେ ଜଣେ ଆୟୁଷ ଡାକ୍ତର ସମସ୍ତ ରୋଗୀଙ୍କ ଚିକିତ୍ସା କରୁଥିଲେ ।
ରୋଗୀଙ୍କ ବସି ପାଇଁ କୌଣସି ବ୍ୟବସ୍ଥା ନ ଥିବାବେଳେ ରୋଗୀଙ୍କୁ ଭର୍ତ୍ତି କରିବାକୁ ବେଡ୍ ମଧ୍ୟ ନ ଥିଲା ।
ଡାକ୍ତରଖାନା ଚାରିପାଖରେ ଥିବା ପାଚେରୀକୁ ଭାଙ୍ଗି କିଛି ଲୋକ ଇଟା ନେଇଯାଇଥିବା ଅଭିଯୋଗ ହୋଇଥିଲା ।
ଫଳରେ ମେଡ଼ିକାଲକୁ ଭିତରେ ଯେ କୌଣସି ସମୟରେ ପଶୁମାନେ ପସି ଆସୁଥିଲେ ।
ଡାକ୍ତରଖାନାର ଏ ପରି ଅବ୍ୟବସ୍ଥା ଦେଖି ସେ ଏହାକୁ ଆଦର୍ଶ ଡାକ୍ତରଖାନାରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଦୀର୍ଘ ୯ ମାସର ଅକ୍ଳାନ୍ତ ପରିଶ୍ରମ ପରେ ଆମେ ଏହାକୁ ଆଦର୍ଶ ଡାକ୍ତଖାନରେ ପରିଣତ କରିଛୁ ବୋଲି ସେ କହିଛନ୍ତି ।
ନୂଆରୂପ ପାଇଥିବା କୁସଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଜୟା ଦଶମୀ ଦିନ ସ୍ଥାନୀୟ ବିଧାୟକ ମୁକେଶ ମହାଲିଙ୍ଗ ପୁଣି ଥରେ ଉଦଘାଟନ କରିଛନ୍ତି ।
ଲୋକାଲ ୱାୟାର
Leave a Reply