• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ପୁରୀରେ ପର୍ଯ୍ୟଟକଙ୍କୁ  ମିଳିବ ପାରାସେଲିଂ

ପୁରୀରେ ପର୍ଯ୍ୟଟକଙ୍କୁ ମିଳିବ ପାରାସେଲିଂ

December 12, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୧୧(ଲୋକାଲ ୱାୟାର): ଖୁବ୍ ଶୀଘ୍ର ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ମିଳିବ ପାରାସେଲିଂ ଓ ପାରା ମୋଟରିଂର ମଜା । ଏଥିପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ପରୀକ୍ଷା ସରିଛି ।

କରୋନା ପରବର୍ତ୍ତୀ ସମୟରେ ଦେଶୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ନୂଆ କରି ଜଳକ୍ରୀଡ଼ା ସାଙ୍ଗକୁ ଦୁଃସାହସିକ କ୍ରୀଡ଼ାକୁ ଲୋକାଭିମୁଖୀ କରିବାକୁ ଅଣ୍ଟା ଭିଡ଼ିଛି ।

ଇକୋ ରିଟ୍ରିଟ୍ ଶେଷ ହେବା ପରେ ଏହି ବ୍ୟବସ୍ଥା ଲାଗୁ ହେବ । ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଡୁନିମା ଇଞ୍ଜିନିୟର୍ସ ଆଣ୍ଡ ଡାଇଭିଂ ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡ ମଧ୍ୟରେ ଏନେଇ ଚୁକ୍ତି ସରିଛି ।

ସେଥିପାଇଁ ୬୦ ଲକ୍ଷ ଟଙ୍କା ବ୍ୟୟରେ ଗୋଆରୁ ଏକ ପାରାସେଲିଂ ବୋଟ୍ କିଣା ସରିଛି । ଏହାସହ ଆସନ୍ତା ଦିନରେ ପୁରୀ ବେଳାଭୂମିରେ ପାରାମୋଟରିଂ ଭଳି ଜଳକ୍ରୀଡା ପାଇଁ ମଧ୍ୟ ଯୋଜନା କରାଯାଉଛି ।

ଏ ବାବଦରେ ଡୁନିମା ଇଞ୍ଜିନିୟର୍ସ ଆଣ୍ଡ ଡାଇଭିଂ ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡର ଅପରେସନ୍ ମ୍ୟାନେଜର ସାତ୍ୟକି ବୋଷ କହିଛନ୍ତି ଓଡ଼ିଶାରେ ଜଳକ୍ରୀଡା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ।

ଫେବ୍ରୁଆରୀରୁ ପୁରୀ ବେଳାଭୂମିରେ ଆରମ୍ଭ ହେବ ପାରାସେଲିଂ ଓ ପାରାମୋଟରିଂ ଭଳି କ୍ରୀଡା । ଏଥିପାଇଁ ଜଣପିଛା ୧୫୦୦ରୁ ୨୦୦୦ ଟଙ୍କା ଦାମ୍ ରଖାଯାଇଛି ।

ଜଣେ ବୋଟରୁ ଥାଇ ପାରାସେଲିଂ କରିବା ସହ ବୋଟରେ ଓହ୍ଲାଇବାର ମଜା ନେବ । ସମୁଦ୍ର ବେଳାଭୂମିରୁ ୩ କିଲୋମିଟର ଭିତରେ ଚାଲିବ ଏହି ଜଳକ୍ରୀଡା ।

ହାଇଡ୍ରୋଲିକ୍ ୱିଙ୍ଗ ମାଧ୍ୟମରେ ଜଣେ ଆକାଶରେ ପାରାସେଲିଂ କରିବା ସହ ଅଳ୍ପ କିଛି ସମୟ ପାଇଁ ସମୁଦ୍ର ପାଣିରେ ଭିଜିବାର ମଜା ବି ନେଇ ପାରିବ ।

 

ସେହିପରି ପ୍ରସ୍ତାବିତ ପାରାମୋଟରିଂରେ ଜଣେ ଗଭୀର ସମୁଦ୍ର ଭିତରେ ପାରାକ୍ଲାଇଡିଂ କରିବାର ସୁଯୋଗ ପାଇ ପାରିବ ।

ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ପାରାସେଲିଂ ଓ ପାରା ମୋଟରିଂ ଭଳି ଜଳକ୍ରୀଡ଼ାର ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଇଥିବା ବେଳେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି ।

ପର୍ଯ୍ୟଟକଙ୍କ ପାଇଁ ଲାଇଭ୍ ଜ୍ୟାକେଟ୍, ସାର୍ଟିଫାଏଡ ରୋପ୍, ପାରାଚୁଟ୍, ହାର୍ନେଷ୍ଟ ସହ ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ସ୍ପୋର୍ଟସ୍ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅପରେଟରମାନଙ୍କୁ ଏହି କାମରେ ନିୟୋଜିତ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବର୍ତ୍ତମାନ ଗୋପାଳପୁର ଓ ବରକୁଳରେ ଜଳକ୍ରୀଡ଼ାର ସୁବିଧା ମିଳୁଛି ।

ବର୍ତ୍ତମାନ ପର୍ଯ୍ୟଟକଙ୍କୁ ଜେଟ୍ ସ୍କି, ବାନାନା ରାଇଡ, ସ୍ପିଡ ବୋଟ, ବମ୍ପୋର ରାଇଡ ଆଦିର ବ୍ୟବସ୍ଥା କରାଯାଇଛି ।

ବାନାନା ରାଇଡ ଓ ବମ୍ପର ରାଇଡ ପାଇଁ ପର୍ଯ୍ୟଟକଙ୍କୁ ୨୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ସ୍ପିଡ୍ ବୋଟ ପାଇଁ ୩୦୦ ଓ ଜେଟ୍ ସ୍କି ପାଇଁ ୫୦୦ ଟଙ୍କା ଦେବାକୁ ପଡ଼ୁଛି ।

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଗକୁ ବୋଟ ପାରାସେଲିଂ ଓ ପାରା ମୋଟରିଂ ବୋଟର ବ୍ୟବସ୍ଥା କରାଯିବା ଜଳକ୍ରୀଡ଼ା ପର୍ଯ୍ୟଟନ ଦିଗରେ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ପର୍ଯ୍ୟଟନ ବିଭାଗର ବରିଷ୍ଠ ଟୁର୍ ଅପରେଟର ରତିକାନ୍ତ ପଟ୍ଟନାୟକ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ପୁରୀ

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire