ଯାଜପୁର, ଫେବ୍ରୁଆରୀ ୧୦ (ଲୋକାଲ ୱାୟାର): ମୃତ କଲେଜ ଛାତ୍ରୀ ଝରାଫୁଲ ନାୟକଙ୍କ ଭିସେରା ରିପୋର୍ଟ ପୁଲିସର ହସ୍ତଗତ ହୋଇଛି ।
ଗତ ଜାନୁୟାରୀ ୨୭ରେ କୁଆଖିଆ ଥାନା ଅନ୍ତର୍ଗତ ମୁଳାପାଳ ଛକରୁ ଝରାଫୁଲଙ୍କ ମୃତ ଦେହ ମିଳିଥିଲା ।
ମୃତ୍ୟୁର କାରଣ ଜାଣିବାକୁ ଭିସେରା ରିପୋର୍ଟ ଯାଂଚ କରାଯାଉଛି । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଗିରଫ ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଶକ୍ତି ଶେଖର ଫେରାର ଅଛି ।
ରାକେଶର ମୋବାଇଲ ଫୋନ ଜବତ କରି ଯାଂଚ ପାଇଁ ରାଜ୍ୟ ଫୋରେନସିକ ଲାବୋରେଟୋରିକୁ ପଠାଯାଇଛି ।
ତେବେ ଝରାଫୁଲଙ୍କ ମୋବାଇଲ ଫୋନ ପୁଲିସକୁ ମିଳିନାହିଁ । ରିମାଣ୍ଡ ଅବଧି ସରିବା ପରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଜେଲ ପଠାଇ ଦିଆଯାଇଛି ।
ଝରାଫୁଲ ମୃତ୍ୟୁ ମାମଲାର ଦୁଇ ଅଭିଯୁକ୍ତ ରାକେଶ ଓ ଶକ୍ତି ଶେଖରଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଓ ୨୦୧ ଓ ଏସସି/ଏସଟି ଆଇନ, ୧୯୮୯ ଅନୁଯାୟୀ ମାମଲା ରୁଜୁ ହୋଇଛି ବୋଲି କୁଆଖିଆ ଥାନା ଆଇଆଇସି ମନୋଜ ସ୍ୱାଇଁ କହିଛନ୍ତି ।
ଲୋକାଲ ୱାୟାର
Leave a Reply