ବ୍ରହ୍ମପୁର, ଅକ୍ଟୋବର ୨ (ଲୋକାଲ ୱାୟାର): ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଲିସ ଓ ସିବିଆଇ ଅଧିକାରୀ ପରିଚୟ ଦେଇ ଲୋକଙ୍କଠାରୁ ସୁନା ଅଳଙ୍କାର ଲୁଟ କରୁଥିବା ଏକ ଗ୍ୟାଙ୍ଗର ମୁଖିଆକୁ ବୁଧବାର ପୁଲିସ ଗିରଫ କରିଛି ।

ଗୋସାଣିନୂଆଗାଁ ପୁଲିସ ଏହି ଗ୍ୟାଙ୍ଗର ମୁଖ୍ୟ କର୍ଣ୍ଣାଟକ ବିଦାର ଜିଲ୍ଲାର ସିକନ୍ଦର ଅଲ୍ଲୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଇରାନିଆନ୍ ନାମକ ଏହି ଗ୍ୟାଙ୍ଗରେ ୯ ଜଣ ସଦସ୍ୟ ଥିବା ବେଳେ ଏମାନେ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ଲୁଟ୍ ଚଳାଉଥିଲେ ।

କେବଳ ବ୍ରହ୍ମପୁର ସହରରେ ଏମାନେ ୮ ଜଣ ବରିଷ୍ଠ ନାଗରିକ ଓ ମହିଳାଙ୍କଠାରୁ ସୁନା ଲୁଟ କରିଥିବା ଅଭିଯୋଗ ରହିଛି।

ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ଏକ ପୁଲିସ ଟିମ କର୍ଣ୍ଣାଟକ ଯାଇଥିବା ପୁଲିସ ସୂଚନା ଦେଇଛି।

ଲୋକାଲ ୱାୟାର