ଭୁବନେଶ୍ୱର, ଫେବ୍ରୁଆରୀ ୨୨(ଲୋକାଲ ୱାୟାର): ମାତୃଭାଷା ଦିବସ ଅବସରରେ କେଦାରନାଥ ଗବେଷଣା ପ୍ରତିଷ୍ଠାନ ସଭାଗୃହରେ ହରମୋହନ ମିଶ୍ରଙ୍କ ପୁସ୍ତକ ‘ଅଜ୍ଞାତ ସତ୍ୟ’ ଉନ୍ମୋଚିତ ହୋଇଯାଇଛି ।
ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ କବି ରକ୍ଷକ ନାୟକ ମୁଖ୍ୟ ଅତିଥି, ପ୍ରଫେସର ଡ. ଶରତ ଚନ୍ଦ୍ର ରଥ ମୁଖ୍ୟ ବକ୍ତା, ପ୍ରବଚକ ପରିବ୍ରାଜକ ପ୍ରମୋଦ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ପ୍ରାରମ୍ଭରେ ପ୍ରତିଷ୍ଠାନର ଯୁଗ୍ମ ସମ୍ପାଦକ ଡ. ଦେବାଶିଷ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ବିକ୍ରମ ପ୍ରଧାନ ରାଧାଙ୍କ ପ୍ରାର୍ଥନା ପରିବେଷଣ କରିଥିଲେ । ପ୍ରାଧ୍ୟାପକ ପ୍ରାଚୀଭୂଷଣ ତ୍ରିପାଠୀଙ୍କ ସ୍ମୃତିରେ ନିରବ ପ୍ରାର୍ଥନା ପରେ ଲେଖକ ଶ୍ରୀ ମିଶ୍ର ଓ ପ୍ରକାଶକ ଲୁଲୁମଣି ସେନାପତି ବକ୍ତବ୍ୟ ରଖିଥିଲେ ।
ଶେଷରେ ରାଜଭବନର ଅନୁସୂଚିତ ଜନଜାତି ପ୍ରକୋଷ୍ଠ ଅଧିକାରୀ ଡ. ଜ୍ୟୋତ୍ସ୍ନା ମହାନ୍ତି ଧନ୍ୟବାଦ ଦେଇଥିଲେ ।
ଲୋକାଲ ୱାୟାର
Leave a Reply