ଭୁବନେଶ୍ୱର, ଜୁଲାଇ ୧୨(ଲୋକାଲ ୱାୟାର): ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଓଡ଼ିଶା ପୁଲିସ ବାହିନୀରେ ସବଇନ୍ସପେକ୍ଟର ପଦବୀରେ ଭର୍ତ୍ତି ପାଇଁ ପରୀକ୍ଷାର ଆୟୋଜନ କରିବାକୁ ଯାଉଛି ।

ଏହି ପରୀକ୍ଷା ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ରହିବ । ପ୍ରାର୍ଥୀ ମାନଙ୍କୁ ଅନଲାଇନରେ ଆବେଦନ କରିବା ପାଇଁ ପଡ଼ିବ ।

ଆବେଦନ ୨୨.୬.୨୦୨୧ରୁ ଆରମ୍ଭ ହୋଇଥିବା ବେେଳେ ଶେଷ ତାରିଖ ୧୫.୭.୨୦୨୧ ରହିଛି ।

ଏହାର ପରୀକ୍ଷା ୨୦୨୧ ଅଗଷ୍ଟ ୬ରୁ ୧୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ।ମୋଟ୍ ୪୭୭ ଟି ପଦବୀ ରହିଛି ।

ସେଥିରେ ସଂରକ୍ଷଣ ସିଟର ସୁବିଧା ମଧ୍ୟ ରହିଛି । ଆବେଦନ କରିବା ପାଇଁ ୨୦୨୧ ଜାନୁଆରୀ ୧ ତାରିଖରେ ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ କମ୍ କିମ୍ବା ୨୫ ବର୍ଷରୁ ଅଧିକ ନହୋଇଥିବା ଆବଶ୍ୟକ ।

ସଂରକ୍ଷିତ ପଦବୀ ପାଇଁ ବୟସ ସୀମା ୫ବର୍ଷ କୋହଳ କରାଯାଇଛି । ଅନ୍ୟାନ୍ୟ ସମସ୍ତ ପ୍ରକାରର ତଥ୍ୟ ସରକାରୀ ୱେବସାଇଟରୁ ମିଳିପାରିବ ।

ଲୋକାଲ ୱାୟାର