ଭୁବନେଶ୍ୱର, ଅକ୍ଟୋବର ୮(ଲୋକାଲ ୱାୟାର): ଆସନ୍ତା ପୂଜା ଛୁଟି ପରେ ରାଜ୍ୟରେ ସ୍କୁଲ ଖୋଲିବାର ସମ୍ଭାବନା ଥିବାରୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ସ୍କୁଲ ଗୁଡ଼ିକୁ ସରକାର କହିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।
ଗତ ୬ ମାସ ଧରି ସ୍କୁଲ ଗୁଡ଼ିକ ବନ୍ଦ ଥିବାରୁ ଏବେ ସ୍କୁଲ କୋଠା, ପରିସର ଏବଂ ଆସବାବପତ୍ର ଭଲ ଭାବେ ସଫା କରିବାକୁ କୁହାଯାଇଛି ।
ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ହେଡକ୍ୱାର୍ଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ସେପ୍ଟେମ୍ବର ମାସରେ କେଉଁ ଶିକ୍ଷକ/ଶିକ୍ଷୟିତ୍ରୀ ହେଡକ୍ୱାର୍ଟରରେ ଥିଲେ ଏବଂ କେଉଁମାନେ ଅନଲାଇନ କ୍ଲାସ କରିଥିଲେ ତାହାର ତାଲିକା ମଧ୍ୟ ରାଜ୍ୟ ସରକାର ମାଗିଛନ୍ତି ।
ଉଲ୍ଲେଖଯୋଗ୍ୟ, ଦୁର୍ଗା ପୂଜା ଛୁଟି ଶେଷ ପର୍ଯ୍ୟନ୍ତ ସ୍କୁଲ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।
ଲୋକାଲ ୱାୟାର
Leave a Reply