କେନ୍ଦୁଝର, ଏପ୍ରିଲ ୧୭ (ଲୋକାଲ ୱାୟାର) : ପୂର୍ବତନ ମନ୍ତ୍ରୀ ତଥା ଚମ୍ପୁଆ ବିଧାନସଭାରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସହରାଇ ଓରାମଙ୍କ ଆଜି ମଧ୍ୟାହ୍ନ ୩ଟା ୩୦ ମିନିଟ୍ରେ ଦେହାନ୍ତ ହୋଇଛି ।
ଯୋଡ଼ା ବ୍ଲକ ଭଦ୍ରାସାହି ସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଥିବା ପରିବାର ଲୋକେ କହିଛନ୍ତି ।
ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସେ ଗତ କିଛି ମାସ ହେବ ଅସୁସ୍ଥ ଥିଲେ ।
ଶ୍ରୀ ଓରାମ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ଥିଲେ ।
ତାଙ୍କ ମୃତ୍ୟୁ ଖବର ଶୁଣି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।
ସେ ଜଣେ ଲଢୁଆ ଓ ନିର୍ଭୀକ ଆଦିବାସୀ ନେତା ଭାବରେ ଚମ୍ପୁଆ ଓ ସମଗ୍ର ରାଜ୍ୟରେ ପରିଚିତ ଥିଲେ ବୋଲି ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର କହିଛନ୍ତି ।
ଲୋକାଲ ୱାୟାର
Leave a Reply