ଭୁବନେଶ୍ୱର, ଫେବ୍ରୁଆରୀ ୬(ଲୋକାଲ ୱାୟାର): କୋଭିଡ୍ ଯୋଗୁ ଲୋକକଳା ଦଳମାନେ କାର୍ଯ୍ୟକ୍ରମ କରି ନପାରି ଘରେ ବସି ରହିଥିଲେ । କଟକଣା ଟିକେ କୋହଳ ହେବା ପରେ ସରକାର ସେମାନଙ୍କୁ ନେଇ ଡିସେମ୍ବର ୨୪ରୁ ପୁନର୍ବାର ସଚେତନତା ଆରମ୍ଭ କରିଥିଲେ ।
ପ୍ରାଥମିକ ପର୍ଯ୍ୟାୟରେ ୭ଟି ଜିଲ୍ଲାରେ କରୋନା ସଚେତନତା କରିଥିଲେ କଳାକାର । ଏବେ ୩୦ଟି ଜିଲ୍ଲା ସରକାରଙ୍କ ଜନମଙ୍ଗଳକାରୀ ଯୋଜନାର ସଚେତନତା କରିବେ । ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନିଦେ୍ର୍ଦଶକ୍ରମେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ।
କୋଭିଡ୍-୧୯ ନିମୟ ମାନି କଳାକାରମାନଙ୍କୁ କଳା ପରିବେଷଣର ସୁଯୋଗ ଦିଆଯିବ । ଜିଲ୍ଲା କଳା ସଂସ୍କୃତି ସଂଘ, ବ୍ଲକ୍ କଳା ସଂସ୍କୃତି ସଂଘ ଓ ନଗର କଳା ସଂସ୍କୃତି ସଂଘ ଅଧୀନରେ ପଞ୍ଜୀକୃତ ଲୋକକଳା ଦଳ ବା କଳାକାରମାନେ ମମତାରୁ ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରିବେ ।
ପ୍ରତି ବିଭାଗର ବାର୍ତ୍ତା ସହ କରୋନା ସଚେତନତା ବାର୍ତ୍ତା ରହିବ । ହାତ ଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଟିକା ଆସିଲା ତଥାପି ହେବାନି ଢିଲାକୁ ପ୍ରଚାର, ପ୍ରସାର କରାଯିବ । ପ୍ରମୁଖ ଶାସନ ସଚିବଙ୍କ ନିୟମାବଳୀ ଅନୁଯାୟୀ ଜିଲ୍ଲାରେ ଥିବା ବିଭିନ୍ନ ବିଭାଗର ଶିକ୍ଷା, ସୂଚନା ଓ ଯୋଗାଯୋଗ ପାଣ୍ଠି ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରିବେ ।
ସଚେତନ କାର୍ଯ୍ୟକ୍ରମ ନିମନ୍ତେ ଅଧିକ ପାଣ୍ଠି ବୃଦ୍ଧି କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନଦେ୍ର୍ଦଶ ଦିଆଯାଇଛି । କଳାକାରମାନେ ପରିବେଷଣର ୭ଦିନ ମଧ୍ୟରେ ସେମାନଙ୍କ ପ୍ରାପ୍ୟ ପାଇବେ । ସଂସ୍କୃତି ନିଦେ୍ର୍ଦଶକ ରଞ୍ଜନ ଦାସ କହିଛନ୍ତି, ଏହାଦ୍ୱାରା ଦେଢ଼ ଲକ୍ଷରୁ ଉଦ୍ଧ୍ୱର୍ କଳାକାର ଓ ୧୦ହଜାର ଲୋକକଳା ଦଳ କାମ ପାଇବେ ।
ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ କହିଛନ୍ତି, ଆଗକୁ ମୁଖ୍ୟମନ୍ତ୍ରୀ ଟ୍ରଫି, ଜିଲ୍ଲା ଓ ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ଓ ଲୋକକଳା ଦିବସ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ କଳାକାରମାନଙ୍କୁ ସାମିଲ କରାଯିବ ।
ଲୋକାଲ ୱାୟାର
Leave a Reply