ଭଦ୍ରକ, ଜାନୁଆରୀ ୧୩(ଲୋକାଲ ୱାୟାର): ଭଦ୍ରକ ଜିଲ୍ଲାର ତିହିଡ଼ି ଥାନାଞ୍ଚଳରେ ପୁଲିସ ଭୟରେ ପୋଖରିକୁ ଡେଇଁଥିବା ଜଣେ ଭିନ୍ନକ୍ଷମ ଯୁବକର ମୃତୁ୍ୟ ହେବା ପରେ ଉତ୍ତ୍ୟକ୍ତ ଲୋକମାନେ ପୁଲିସ ଭ୍ୟାନ ପୋଡ଼ିବା ସହ ଦୀର୍ଘ ସମୟ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି ।
ତିହିଡ଼ି ଥାନା ପୁଲିସ ବୁଧବାର ସକାଳେ ଜଣେ କୋଇଲା ମାଡ଼ିଆକୁ ଗିରଫ କରିବାକୁ ଯାଉଥିବା ବେଳେ ପୁଲିସ ଭ୍ୟାନ ଦେଖି ଭୟରେ ବାପି ମହାଳିକ (୨୨) ନାମକ ଦିବ୍ୟାଙ୍ଗ ଯୁବକ ପୋଖରିକୁ ଡେଇଁ ପଡ଼ିଥିଲା ।
ବାପିକୁ ଚୋର ଭାବି ପୁଲିସ ପୋଖରି କୂଳରେ ଜଗି ରହିଥିଲା । ପରେ ପୋଖରିରୁ ବାପିର ମୃତଦେହ ବାହାରିବାରୁ ଅଞ୍ଚଳର ଲୋକମାନେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ ।
ସେମାନେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିବା ସହ ସେହି ରାସ୍ତାରେ ଯାଉଥିବା ପିରହାଟ ଥାନାର ଏକ ଭ୍ୟାନ ଜାଳି ଦେଇଥିଲେ । ଲୋକଙ୍କ ମାଡ଼ରେ ୨ ଜଣ ପୁଲିସ ଆହତ ମଧ୍ୟ ହୋଇଛନ୍ତି ।
ଭ୍ୟାନରେ ଥିବା ଜଣେ ବଳାକ୍ରାର ଅଭିଯୁକ୍ତ ଏହି ସୁଯୋଗରେ ଖସି ଯାଇଥିବା ଜଣାପଡ଼ିଛି । ସନ୍ଧ୍ଯା ୫ଟା ବେଳକୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ଏବଂ ରାସ୍ତରୋକ ହଟିଥିଲା ।
ଲୋକାଲ ୱାୟାର
Leave a Reply