ଭୁବନେଶ୍ୱର, ଡିସେମ୍ବର ୨୩(ଲୋକାଲ ୱାୟାର): ହିନ୍ଦୀ ଚଳଚ୍ଚିତ୍ର ‘ପ୍ରଚଣ୍ଡ’ରେ ନାୟିକା ବନି ପ୍ରଥମ ଥର ହିନ୍ଦୀ ସିନେମାରେ ପାଦ ଥାପିଥିବା ପ୍ରକୃତି ଏବେ ଓଡ଼ିଆରେ କରିବାକୁ ଯାଉଛନ୍ତି ‘ପ୍ରତ୍ୟାଘାତ’ ।
‘ପ୍ରଚଣ୍ଡ’ ପାଇଁ ସେ ଯେତିକି ଚର୍ଚ୍ଚାରେ ଥିଲେ ଏବେ ‘ପ୍ରତ୍ୟାଘାତ’କୁ ନେଇ ଆହୁରି ଚର୍ଚ୍ଚାରେ ରହିଛନ୍ତି ।
ଏହି ସିନେମାରେ ଜଣେ ଉଚ୍ଚ ଶିକ୍ଷିତା ତଥା ନବ ବିବାହିତା ଶାନ୍ତ, ସରଳ ମହିଳା ଭୂମିକାରେ ଆସୁଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।
ପୁରୁଣା ଭୁବନେଶ୍ୱର ଗୋସାଗରେଶ୍ୱର ମନ୍ଦିରରେ ସିନେମାର ମହୁରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଅଭିନେତା ପ୍ରେମାଞ୍ଜନ ପରିଡ଼ାଙ୍କ ପ୍ରଯୋଜିତ ଏହି ଚିତ୍ରରେ ସଞ୍ଜୟ ଘୋଷ ନିଦେ୍ର୍ଦଶନା ଦେଉଥିଲା ବେଳେ ସ୍ୱର ସଂଯୋଜନା କରିଛନ୍ତି ବିଭୂତି ଭୂଷଣ ଗଡ଼ନାୟକ ।
ସିନେମାରେ ପ୍ରକୃତିଙ୍କ ସହ ଅନ୍ୟାନ୍ୟ ଭୂମିକାରେ ଅଙ୍କିତ କୁମାର, ଚିନ୍ମୟୀ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ, ସୋନମ ଦାସ, ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା ଓ ଲିପ୍ସାଙ୍କୁ ଦେଖିବାକୁ ମିଳିବ । ୧୨ଦିନ ମଧ୍ୟରେ ଏହାର ସୁଟିଂ ଶେଷ ହେବ ।
ଲୋକାଲ ୱାୟାର
Leave a Reply