ଭୁବନେଶ୍ବର, ଜାନୁଆରୀ ୧ (ଲୋକାଲ ୱାୟାର): ଓଡ଼ିଶାର ପ୍ରତି ବ୍ଲକରେ କମ୍ୟୁନିଟି ରେଡିଓ ସ୍ଥାପନ କରିବା ଲକ୍ଷ୍ୟରେ ନମସ୍କାର କମ୍ୟୁନିଟି ମିଡିଆ ନେଟ୍ୱର୍କ ପକ୍ଷରୁ ମିଶନ୍ ସି.ଆର୍. ୩୧୪ ଅଭିଯାନ ଆରମ୍ଭ ହୋଇଛି।
ଆକ୍ସନ ଏଡ୍, ୟଙ୍ଗ ଇଣ୍ଡିଆ ଏବଂ ଓଡ଼ିଶା ଗୋଷ୍ଠୀ ବେତାର ମହାସଂଘ ସହଯୋଗରେ ନମସ୍କାର କମ୍ୟୁନିଟି ମିଡିଆ ନେଟ୍ୱର୍କ ଏହି ଅଭିଯାନ ଚଳାଇବ।
ଏନେଇ ମଙ୍ଗଳବାର ଇମେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଉଦ୍ଘାଟନ କରିଥିଲେ।
ଓଡ଼ିଶାର ବିଭିନ୍ନ ଜିଲା ତଥା ରାଜ୍ୟ ବାହାରୁ ୧୦୦ରୁ ଅଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସେମାନଙ୍କ ଅଞ୍ଚଳରେ ଗୋଷ୍ଠୀ ବେତାର କେନ୍ଦ୍ର ବା କମ୍ୟୁନିଟି ରେଡିଓ ଷ୍ଟେସନ୍ ସ୍ଥାପନ କରିବା ନିଷ୍ପତ୍ତି ନେଇଛନ୍ତି।
ଭାରତୀୟ ଗୋଷ୍ଠୀ ବେତାର ମହାସଂଘର ଜାତୀୟ ସଭାପତି ଏନ୍.ଏ. ଶାହ ଅନ୍ସାରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରେଡିଓ ସ୍ବରାଜର ଅଧ୍ୟକ୍ଷ ଗାନ୍ଧିବାଦୀ ପ୍ରବକ୍ତା ଏସ୍.ଏ. ସଫିକ୍ ଅଧ୍ୟକ୍ଷତା କରିଥିଲେ।
ଲୋକାଲ ୱାୟାର
Leave a Reply