ଭୁବନେଶ୍ୱର, ଅଗଷ୍ଟ ୨୮(ଲୋକାଲ ୱାୟାର): ଓଡ଼ିଶା କ୍ୟାଡରର ୧୯୯୬ ବ୍ୟାଚର ଆଇଏଏସ୍ ଉଷା ପାଢ଼ୀ ବେସାମରିକ ବିମାନ ସୁରକ୍ଷା ବ୍ୟୁରୋର ମହାନିର୍ଦ୍ଦେଶକ ହୋଇଥିବା ସେ ନିଜେ ଶୁକ୍ରବାର ଟ୍ୱିଟ୍ କରି ଜଣାଇଛନ୍ତି ।
ଏହି ଦାୟିତ୍ୱ ପାଇବାରେ ସେ ପ୍ରଥମ ମହିଳା ଆଇଏଏସ୍ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଶ୍ରୀମତୀ ପାଢ଼ୀ ଏହା ପୂର୍ବରୁ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଭାବେ ପ୍ରଶଂସନୀୟ କାମ କରିଥିଲେ ।
ଏବେ ସେ କେନ୍ଦ୍ରରେ ବେସାମରିକ ବିମାନ ସେବା ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ ଅଛନ୍ତି ।
ଲୋକାଲ ୱାୟାର
Leave a Reply