ଭୁବନେଶ୍ୱର, ମାର୍ଚ୍ଚ ୫(ଲୋକାଲ ୱାୟାର): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଅନିୟମିତତାର ପ୍ରତିବାଦ କରି ବିଜେପି ପକ୍ଷରୁ ଗୁରୁବାର ସାଂସଦ ଓ ବିଧାୟକଙ୍କର ଏକ ପ୍ରତିନିଧି ଦଳ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ଅବଗତ କରାଇଛନ୍ତି ।
ଏ ସମ୍ପର୍କରେ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ୨୦ ଲକ୍ଷ ଲୋକଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ ବଣ୍ଟନ ପଛରେ ବିଜେଡିର ବଡ଼ ଷଡ଼ଯନ୍ତ୍ର ରହିଛି ।
ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗ୍ୟ କରିବାକୁ ଉଦ୍ୟମ କରାଯାଉଛି ।
୨୦୨୨ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶର ସମସ୍ତ କଚ୍ଚା ଘରକୁ ପକ୍କା କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ସେଥିପାଇଁ ରାଜ୍ୟଗୁଡ଼ିକୁ ଅର୍ଥ ବରାଦ ହେଉଛି ।
ମାତ୍ର ଓଡିଶାରେ ପିଏମଏୱାଇରେ ଶାସକ ଦଳର ପ୍ରରୋଚନାରେ ବ୍ୟାପକ ଅନିୟମିତତା ହେଉଥିବା ବିଜେପି ଅଭିଯୋଗ କରିଛି ।
ଲୋକାଲ ୱାୟାର
Leave a Reply