ବରଗଡ଼, ଡିସେମ୍ବର ୧୬(ଲୋକାଲ ୱାୟାର): ଭିଜିଲାନ୍ସ ଚଢ଼ାଉରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଳକ ଗଣ୍ଠିଆପାଲି ପଞ୍ଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କର ୪ କୋଟି ଟଙ୍କାରୁ ଅଧିକ ପରିମାଣର ସମ୍ପତ୍ତି ଥିବା ଜଣାପଡ଼ିଥିବା ଅଧିକାରୀ ବୁଧବାର କହିଛନ୍ତି ।
ତାଙ୍କ କାର୍ଯ୍ୟାଳୟ ଓ ଘରେ ଚଢ଼ାଉ ବେଳେ ୪ କୋଟି ୪ ଲକ୍ଷ ୩୮ ହଜାର ୨୨୧ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି ।
ବରଗଡ଼ ଜିଲ୍ଲା ବରପାଲି ବ୍ଲକ ତିଲେଇମାଲସ୍ଥିତ ପ୍ରମୋଦଙ୍କ ପୈତୃକ ଘର, ସୋନପୁର ଜିଲ୍ଲା ଡୁଙ୍ଗୁରିପାଲିସ୍ଥିତ ବାସଭବନ, ବଲାଙ୍ଗୀର ଜିଲ୍ଲା ଆଗଲପୁରସ୍ଥିତ ଘର ଏବଂ ବରଗଡ଼ ଜିଲ୍ଲା ଗଣ୍ଠିଆପାଲି ହାଇସ୍କୁଲରେ ଏକକାଳୀନ ଚଢ଼ାଉ ହୋଇଥିଲା ।
ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ଚାରୋଟି କୋଠା (୩ କୋଟି ୧୧ ଲକ୍ଷ ଟଙ୍କା), ବିଭିନ୍ନ ଗାଡ଼ି (୧୪ ଲକ୍ଷ ୫୪ ହଜାର ୨୧୯ ଟଙ୍କା), ୧୫ ଲକ୍ଷ ୬୩ ହଜାର ଟଙ୍କାର ବୀମା, ୮ ଲକ୍ଷ ୪୯ ହଜାର ଟଙ୍କାର ୩୧୭ ଗ୍ରାମର ସୁନାଗହଣା, ବ୍ୟାଙ୍କ ଲକରରେ ଥିବା ୪ ଲକ୍ଷ ୮୯ ହଜାର ଟଙ୍କାର ୧୯୦ ଗ୍ରାମ ସୁନାଗହଣା, ୧ ଲକ୍ଷ ୮୬ ହଜାର ଟଙ୍କାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ୩ ଲକ୍ଷ ୫ ହଜାର ଟଙ୍କାର ଆସବାବପତ୍ର, ୫୬ ହଜାର ଟଙ୍କାର ଜମାରାଶି, ୫ ଲକ୍ଷ ୫୬ ହଜାର ୬୦୦ ଟଙ୍କାର ବ୍ୟାଙ୍କ ଜମା ଏବଂ ନଗଦ ୧୯ ଲକ୍ଷ ୨୬ ହଜାର ଟଙ୍କା ଥିବା କହିଛନ୍ତି ବରଗଡ଼ ଭିଜିଲାନ୍ସ ଡିଏସପି ପରମେଶ୍ୱର କିଷାନ ।
ଲୋକାଲ ୱାୟାର
Leave a Reply