ଭୁବନେଶ୍ୱର, ଜାନୁଆରୀ ୮ (ଲୋକାଲ ୱାୟାର): ଇମ୍ଫାର ସମାଜ କଲ୍ୟାଣ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ତରଫରୁ ଉଚ୍ଚଶିକ୍ଷା ପାଇଁ ୧୫ ତମ ପ୍ରଫେସର ଘନଶ୍ୟାମ ଛାତ୍ରବୃତ୍ତି ଘୋଷଣା କରାଯାଇଛି ।
ବିଭିନ୍ନ ଶୃଙ୍ଖଳାରେ ବୃତ୍ତିଗତ ଡିଗ୍ରୀ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ୬ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ଶିକ୍ଷାବର୍ଷ ୨୦୧୯-୨୦ ପାଇଁ ଏହି ସମ୍ମାନଜନକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି ।
ଏହି ମନୋନୀତ ପ୍ରାର୍ଥୀମାନେ ସେମାନଙ୍କର ସମଗ୍ର ପାଠ୍ୟକ୍ରମ ଅବଧିର ଏକାଡେମିକ୍ ଫି ଏବଂ ତତ୍ ସମ୍ପର୍କିତ ଖର୍ଚ୍ଚର ୯୦% ତଥା ସର୍ବାଧିକ ୪,୦୦,୦୦୦ଟଙ୍କା ପାଇବେ ।
୨୦୧୯-୨୦ରେ ଏହି ଛାତ୍ରବୃତ୍ତି ପାଇବା ନିମନ୍ତେ କେନ୍ଦୁଝର ଜିଲ୍ଲା ବଞ୍ଚୋରୁ ଐଶା ରାୟ, କଟକ ବୁହାଲୋରୁ ମୋନାଲିସା ପଣ୍ଡା, ବ୍ରହ୍ମପୁର ରାଇଝୋଲରୁ ଗଣେଶ ଚୌଧୁରୀ, ବାଲେଶ୍ୱର ଖଣ୍ଡପସାରୁ ପ୍ରଦୀପ୍ତ ସୁନ୍ଦର ଦାସ, ମୟୂରଭଞ୍ଜ ଖଳାଡ଼ିିରୁ ଭବାନୀ ଶଙ୍କର ମୁର୍ମୁ ଓ ରାୟଗଡ଼ା ଥେରୁବାଲିରୁ ପ୍ରଭାତ କୁମାର ସାହୁ ମନୋନୀତ ହୋଇଛନ୍ତି ।
ଗଣେଶ ଏବଂ ଭବାନୀ କଟକ ଏସସିବି ମେଡିକାଲ କଲେଜରେ ଏମବିବିଏସ କରୁଛନ୍ତି। ପ୍ରଭାସ ଏବଂ ପ୍ରଦୀପ୍ତ ରାଉରକେଲା ଏନଆଇଟିରେ ବି.ଟେକ୍ କରୁଛନ୍ତି।
ମୋନାଲିସା ଏବଂ ଐଶା ଯଥାକ୍ରମେ ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଟି, ଗୌହାଟିରେ ବି ଟେକ୍ କରୁଛନ୍ତି।
ମେଧାବୀ ଗରିବ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ସ୍ୱରୂପ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ୨୦୦୫ରେ ଏହି ଛାତ୍ରବୃତ୍ତି ଇଲା ପଣ୍ଡାଙ୍କ ପିତା ଖ୍ୟାତିସମ୍ପନ୍ନ ଇତିହାସବିତ୍ ସ୍ୱର୍ଗତ ପ୍ରଫେସର ଘନଶ୍ୟାମ ଦାଶଙ୍କ ନାମରେ ପ୍ରତିଷ୍ଠିତ ହୋଇଥିଲା ।
ଲୋକାଲ ୱାୟାର
Leave a Reply