• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ପ୍ରବାସୀ ଓଡିଆଙ୍କ ଦ୍ଵାରା କାଲିଫର୍ଣ୍ଣିଆରେ ରଥଯାତ୍ରା, ଫ୍ରେମୋଣ୍ଟରୁ ଗଡିଲା ରଥ

ପ୍ରବାସୀ ଓଡିଆଙ୍କ ଦ୍ଵାରା କାଲିଫର୍ଣ୍ଣିଆରେ ରଥଯାତ୍ରା, ଫ୍ରେମୋଣ୍ଟରୁ ଗଡିଲା ରଥ

July 11, 2019 By Shibani Behera Leave a Comment

ଭୁବନେଶ୍ବର,ଜୁଲାଇ ୧୧ (ଲୋକାଲ ୱାୟାର) ଯୁକ୍ତ ରାଜ୍ଯର କାଲିଫର୍ଣ୍ଣିଆଠାରେ ଜୁଲାଇ ୭ ତାରିଖରେ ପ୍ରବାସୀ ଓଡିଆଙ୍କ ଦ୍ଵାରା ରଥଯାତ୍ରା ପାଳିତ ହୋଇଥିବା ବେଳେ ଫ୍ରେମୋଣ୍ଟ ସହରରୁ ଠାକୁରଙ୍କ ରଥ ଗଡିଥିବା ସେଠାକାର ଜଣେ ଆୟୋଜକ ଗୁରୁବାର କହିଛନ୍ତି ।

ସେଠାକାର ଓଡିଶା ସୋସାଇଟି ଦ୍ଵାରା ବୈଦିକ ଧର୍ମ ସମାଜ ହିନ୍ଦୁ ମନ୍ଦିରରେ ଭକ୍ତଙ୍କ ସମାଗମ ମଧ୍ୟରେ ବହୁ ଉତ୍ସାହର ସହ ଘୋଷଯାତ୍ରା ପାଳନ ହୋଇଛି ।

ସେଠାରେ ରହୁଥିବା ଜଗନ୍ନାଥ ପ୍ରେମୀମାନେ ସ୍ଵେଚ୍ଛାକୃତ ଭାବେ ରଥ ନିର୍ମାଣରେ ସହଯୋଗ କରିବା ସହ ସଜାସଜ୍ଜି ମଧ୍ୟ କରିଥିବା ସୂଚନା ମିଳିଛି ।

ରଥଯାତ୍ରା ପାଇଁ ସକାଳୁ ଠାକୁରଙ୍କର ମଙ୍ଗଳ ଆରତୀ ଓ ପୂଜାର୍ଚ୍ଚନା ସରିବା ପରେ ଦିନ ୧୧ଟାରେ ପହଣ୍ଡି ଆରମ୍ଭ ହୋଇଥିଲା ।

ମନ୍ଦିରରୁ ଠାକୁରଙ୍କୁ ରଥ ନିର୍ମିତ ପାଲିଙ୍କିରେ ବସାଇ ଭକ୍ତଙ୍କ ଦ୍ଵାରା ଜୟ ଜଗନ୍ନାଥ ନାମ କୀର୍ତ୍ତନ କରି ରଥ ଦଉଡି ଟାଣି ନିଆଯାଇଥିଲା ।

ସେଦିନ ମନ୍ଦିରର ରୋଷେଇ ଘରେ ଭକ୍ତଙ୍କ ପ୍ରସାଦ ସେବନ ନିମନ୍ତେ ଅରୁଆ ଅନ୍ନ, ଡାଲି ,ବେସର ,ଟମାଟୋ ଖଟା ଓ କ୍ଷୀରିର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ।

ପବିତ୍ର ଯାତ୍ରା ପରେ ସେଠାରେ ଉପସ୍ଥିତ ଭକ୍ତମାନଙ୍କ ପାଇଁ ଓଡିଶୀ ନୃତ୍ୟ ,ଭଜନ ଓ କୀର୍ତ୍ତନ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥାଏ ।

ସେଠାକାର ନୀତିନିୟମ ଅନୁସାରେ, ମହାପ୍ରଭୁ ଜଗନ୍ନାଥ ରବିବାର ବାହୁଡା ଯାତ୍ରା କରି ମନ୍ଦିର ଫେରି ଆସୁଥିବାରୁ ଭକ୍ତମାନେ ସୁନାବେଶ ଦେଖିବାର ସୁଯୋଗ ପାଇପାରିବେ ।

ଲୋକାଲ ୱାୟାର

Filed Under: Odia, ପର୍ବପର୍ବାଣୀ Tagged With: ଓଡିଶା, ପର୍ବପର୍ବାଣୀ, ଭୁବନେଶ୍ୱର

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire