ବଲାଙ୍ଗୀର, ଡିସେମ୍ବର ୧୯ (ଲୋକାଲ ୱାୟାର): ଲକଡାଉନ ଯୋଗୁଁ ଗାଁକୁ ଫେରିଥିବା ପଶ୍ଚିମ ଓ ଦକ୍ଷିଣ ଓଡିଶାର ପ୍ରବାସୀ ଶ୍ରମିକମାନେ ପୁଣି ଫେରିବାକୁ ପ୍ରସ୍ତୁତ ହେଉଥିବା ସର୍ବେକ୍ଷଣରୁ ଜଣାପଡିଛି ।
ଅନ୍ତର୍ଜାତୀୟ ପ୍ରବାସୀ ଦିବସ ଅବସରରେ ଏଡ ଏଟ ଆକ୍ସନ ଓ ସହଯୋଗୀ ସଂସ୍ଥାଗୁଡିକ ଦ୍ୱାରା ଆୟୋଜିତ ୱେବିନାରରେ ପ୍ରବାସୀ ଶ୍ରମିକଙ୍କ ସ୍ଥିତିକୁ ନେଇ ହୋଇଥିବା ଆଲୋଚନାରୁ ଏହି ତଥ୍ୟ ଜଣାପଡିଛି ।
ସର୍ବେକ୍ଷଣରେ ୮୩୧ ପ୍ରବାସୀ ଶ୍ରମିକଙ୍କୁ ସାମିଲ କରାଯାଇଥିଲା । ଏଥିରେ ୨୮ ପ୍ରତିଶତ ମହିଳା ଥିଲେ ।
ପଶ୍ଚିମ ଓଡିଶାର ପ୍ରବାସୀମାନଙ୍କ ବୟସ ୨୫ରୁ ୪୪ ବର୍ଷ ହୋଇଥିବା ବେଳେ ଦକ୍ଷିଣ ଓଡିଶାର ପ୍ରବାସୀଙ୍କ ବୟସ ୧୫ରୁ ୩୪ ବର୍ଷ ଥିଲା ।
ପଶ୍ଚିମ ଓଡିଶାର ୫୩ ପ୍ରତିଶତ ପ୍ରବାସ ଫେରନ୍ତା ପୁଣି ଫେରିବାକୁ ଯୋଜନା କରୁଥିଲା ବେଳଏ ଦକ୍ଷିଣ ଓଡିଶାରେ ଏହି ସଂଖ୍ୟା ୬୦ ପ୍ରତିଶତ ବୋଲି ସର୍ବେକ୍ଷଣରୁ ଜଣାପଡିଛି ।
ଗାଁ କିମ୍ବା ଆଖପାଖରେ ସବୁଦିନେ ରୋଜଗାର ମିଳିବାର ସୁଯୋଗ ନଥିବାରୁ ସେମାନେ ଫେରିବାକୁ ମନସ୍ଥ କରିଛନ୍ତି ।
ପ୍ରବାସୀ ଶ୍ରମିକମାନେ ନିଜ ପୂର୍ବତନ ନିଯୁକ୍ତିଦାତା ଓ ସାଥୀ କର୍ମଚାରୀଙ୍କ ସହ ଯୋଗାଯୋଗରେ ରହିଛନ୍ତି ।
ଗାଁରେ କିମ୍ବା ଆଖପାଖରେ ସବୁଦିନିଆ ନିଯୁକ୍ତି ସୁଯୋଗ ନଥିବା ଓ ଏମଜିଏନଆରଇଜିଏସ ପାଉଣା ବିଳମ୍ବରେ ମିଳୁଥିବା ଯୋଗୁଁ ପରିବାର ପ୍ରତିପୋଷଣ ପାଇଁ ପ୍ରବାସ ଫେରନ୍ତା ଶ୍ରମିକମାନେ ପୁଣି ନିଜ ପୁରୁଣା କର୍ମସ୍ଥଳୀକୁ ଯିବାକୁ ଚାହୁଁଛନ୍ତି ।
ସର୍ବେକ୍ଷଣରେ ଆରଏଆରଇର ଅନଙ୍ଗ ନେଗି, କର୍ତବ୍ୟର ଅଶୋକ ପଟ୍ଟନାୟକ, ସେବାଜଗତର ସତ୍ୟ ପଟ୍ଟନାୟକ, ଜାଗୃତିର କୈଳାସ ଦଣ୍ଡପାଟ, ଅରୁଣାର ଲୋକନାଥ ମିଶ୍ର, ପିଏପିର ପ୍ରଶାନ୍ତ ନାୟକ ଓ ପର୍ଦ୍ଦାର ରୁଦ୍ର ପଟ୍ଟନାୟକ ଭାଗ ନେଇଥିଲେ ।
ସରକାର ନୂଆ ବିଭାଗ ଖୋଲି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମାଧାନ କରିବା ଉଚିତ ।
ପ୍ରବାସୀ ଶ୍ରମିକମାନଙ୍କ ସୁରକ୍ଷା ତଥା ସେମାନଙ୍କ ସୂଚନା ରଖିବା ପାଇଁ ଅନ୍ତଃରାଜ୍ୟ ସମନ୍ୱୟ ଓ ସହଯୋଗ ରହିବା ଦରକାର ବୋଲି ୱେବିନାରରେ ଭାଗ ନେଇ ଏଡ ଆଟ ଆକ୍ସନ ଦକ୍ଷିଣ ଏସିଆର ନିଦେ୍ର୍ଦଶକ ପ୍ରବାସ ଓ ଶିକ୍ଷା ଉମି ଡାନିଏଲ କହିଛନ୍ତି ।
ୱେବିନାରରେ ସିଭିଲ ସୋସାଇଟି ସଂଗଠନ, ଗବେଷକ, ଗଣମାଧ୍ୟମ ଓ ଜାତିସଂଘର ବିଭିନ୍ନ ବିଭାଗର ପ୍ରାୟ ୫୫ ପ୍ରତିନିଧି ଭାଗ ନେଇ ନିଜ ନିଜ ମତ ଉପସ୍ଥାପନ କରିଥିଲେ ।
ଲୋକାଲ ୱାୟାର
Leave a Reply