ଭୁବନେଶ୍ବର, ଡିସେମ୍ବର ୧୮ (ଲୋକାଲ ୱାୟାର): ରାଜନେତା ସମେତ ଅନ୍ୟ କ୍ଷମତାଶାଳୀ ଲୋକେ କବଜା କରିଥିବା ୭,୫୦୦ ଏକର ସରକାରୀ ଜମିକୁ ସେମାନଙ୍କ ହାତରୁ ମୁକୁଳାଇବାରୁ ତାଙ୍କୁ ବିଭିନ୍ନ ସମୟରେ ଧମକଚମକର ସାମ୍ନା କରିବାକୁ ପଡ଼ିଥିଲା।
“ପ୍ରଭାବଶାଳୀ ଜମି ମାଫିଆଙ୍କୁ ହଟାଇବା ଅଭିଯାନରେ ସେ ମୁଁ ସେଭଳି ଧମକଚମକକୁ ପରବାୟ କରିନଥିଲି”, ବୋଲି ନିଜ ଆତ୍ମଜୀବନୀ “ହାଇଲ୍ୟାଣ୍ଡର୍ସ ପ୍ଲେନସ୍ପିକ୍”ରେ ଉଲ୍ଲେଖ କରିଛନ୍ତି ପୂର୍ବତନ ଆଇ.ଏ.ଏସ୍., ଅଧିକାରୀ ତାରାଦତ୍ତ।
ପ୍ରଭାବଶାଳୀ ଲୋକଙ୍କ ଦ୍ବାରା ପୁରୀ, ଭୁବନେଶ୍ବର ଓ ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଞ୍ଚଳରୁ ଶହ ଶହ ଏକର ସରକାରୀ ଜମି ଜବରଦଖଲ ମାମଲାର ତଦନ୍ତ ଲାଗି ରାଜ୍ୟ ସରକାର ଗଠନ କରିଥିବା ଟାସ୍କ ଫୋର୍ସର ମୁଖ୍ୟ ଥିଲେ ଏହି ବରିଷ୍ଠ ପ୍ରାଶାସନିକ ଅଧିକାରୀ।
“ଏହି ଜବରଦଖଲକାରୀଙ୍କ ମଧ୍ୟରୁ ଅଧିକାଂଶ ଥିଲେ ପ୍ରଭାବଶାଳୀ ବ୍ୟକ୍ତି, ସେମାନଙ୍କ ଭିତରୁ ଅନେକେ ଶାସକ ଦଳର ଥିଲେ ବା ରାଜ୍ୟ ସରକାରରେ ଉଚ୍ଚ ପଦପଦବୀରେ ରହିଥିଲେ।
କେତେ ଜଣଙ୍କର ବିଚାରପତିମାନଙ୍କ ପରିବାର ସହ ନିବିଡ଼ ସଂପର୍କ ଥିଲା ତ ଆଉ କେତେକ ପ୍ରଶାସନ ଓ ବଡ଼ ବଡ଼ ମିଡିଆ ସଂସ୍ଥା ସହିତ ସଂପୃକ୍ତ ଥିଲେ”, ବୋଲି ସେ ନିଜ ଆତ୍ମଜୀବନୀରେ ଲେଖିଛନ୍ତି।
ତିନି ବର୍ଷର କାର୍ଯ୍ୟକାଳ ମଧ୍ୟରେ ଜବରଦଖଲ ହୋଇଥିବା ୧୫ ହଜାର ଏକରରୁ ଅଧିକ ମୂଲ୍ୟବାନ ସରକାରୀ ଜମି ଚିହ୍ନଟ ହେବା ସହ ଏହି ଘଟଣାରେ କେୁଁମାନେ ସଂପୃକ୍ତ, ତାହା ମଧ୍ୟ ଚିହ୍ନଟ ହୋଇଥିଲା।
ଏହି ଜମିରୁ ୭,୫୦୦ ଏକରକୁ ସଂପୂର୍ଣ୍ଣ ଜବରଦଖଲମୁକ୍ତ କରାଯାଇ ସେଥିରେ ପାଚେରି ଦିଆଗଲା କିମ୍ବା ତାରବାଡ଼ ଘେରାଇଦିଆଯାଇଥିଲା।
ବିଭିନ୍ନ ରାଜନୈତିକ ଦଳ ସହ ସଂପର୍କ ଥିବା ଭୁବନେଶ୍ବରର ଏହିଭଳି ଜଣେ ଜବରଦଖଲକାରୀ ମୋ ବିରୋଧରେ ତାଙ୍କ ଖବରକାଗଜକୁ ବ୍ୟବହାର କରି ପ୍ରତିଦିନ ମୋତେ ବ୍ୟକ୍ତିଗତ ଆକ୍ଷେପ କରିବାକୁ ଲାଗିଥିଲେ। ଏହାକୁ ନେଇ ମୁଁ ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ଖବରକାଗଜର ସଂପାଦକଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲି ବୋଲି ତାରାଦତ୍ତ ଏହି ପୁସ୍ତକରେ ଦର୍ଶାଇଛନ୍ତି।
ଯେତେବେଳେ ଏହି ମାନହାନି ମକଦ୍ଦମା ଦାୟର କରାଗଲା, ସେତେବେଳେ ସଂପୃକ୍ତ ଜମି ଜବରଦଖଲକାରୀ ତାଙ୍କ ଖବରକାଗଜର ସଂପାଦକଙ୍କୁ ହଟାଇ ନିଜ ପାଇଁ ହାଇକୋର୍ଟରୁ ରହିତାଦେଶ ଆଣି ସବୁ ଦୋଷ ସଂପାଦକଙ୍କ ମୁଣ୍ଡକୁ ଠେଲି ଦେଇଥିଲେ।
ସେହିପରି ତତ୍କାଳୀନ ଜଣେ ସାଂସଦ ତଥା ଜଣାଶୁଣା ଖବରକାଗଜ ମାଲିକଙ୍କ କବଜାରୁ ଏଭଳି ଜମି ମୁକୁଳାଇବା କିନ୍ତୁ ସହଜ ହୋଇଥିଲା।
ସଂପୃକ୍ତ ଖବରକାଗଜ ମାଲିକଙ୍କ ପରିବାର କବଜା କରିଥିବା ପାଞ୍ଚ ଏକରରୁ ଅଧିକ ଜମିକୁ ସ୍ପେସାଲ୍ ସେଲ୍ ଜବରଦଖଲମୁକ୍ତ କରିଥିଲା।
ଏଥିସହିତ ଯାଜପୁର ଜିଲ୍ଲା କଳିଙ୍ଗନଗରରେ ପ୍ରାୟ ୭୦ ହେକ୍ଟର ଜମି ଜବରଦଖଲ କରି କାଜୁ ଜଙ୍ଗଲ ଭିତରେ ସେ ଏକ ଫାର୍ମ ହାଉସ୍ ବି କରିଥିଲେ।
ବର୍ଷ ବର୍ଷ ଧରି କେହି ତାଙ୍କର ଏହି କବଜା କରିଥିବା ଜମି ଉପରେ ହାତ ମାରିନଥିଲେ।
ସେହିପରି ଜଣେ ପୂର୍ବତନ ମନ୍ତ୍ରୀ ତାଙ୍କ ପୁଅ ତିଆରି ନକରିଥିବା ଘର ପାଇଁ ସରକାରୀ ଅର୍ଥ ବିନିଯୋଗରେ ଜଙ୍ଗଲ ଜମି ଉପରେ ରାସ୍ତା ତିଆରି କରିଥିଲେ।
ଭୁବନେଶ୍ବର ଉପକଣ୍ଠରେ ତାଙ୍କ ବିଧାୟକ ପୁଅ ଏହି ଘର କରିଥିଲେ।
ଏସବୁ କାମରେ ହାତ ଦେବା ଏତେ ସହଜ ନଥିବା ସତ୍ତ୍ବେ ୭,୫୦୦ ଏକର ସରକାରୀ ଜମି ଫେରାଇଆଣିଯାଇ ସେଥିରେ ବାଡ଼ ବା ତାରଘେରା ଦିଆଯାଇପାରିଥିଲା।
ଜାଲ କାଗଜପତ୍ର ତିଆରି କରି ଭୁବନେଶ୍ବର ଆଖପାଖ ଅଞ୍ଚଳରେ ୪,୦୮୨ ଏକର ଜମି ହାତେଇନିଆଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା।
ରାଜଧାନୀ ନିକଟବର୍ତ୍ତୀ ଶାମପୁରରୁ ୧୫୩ ଏକର ଓ ଗୋଷ୍ଠପାଟଣାରେ ଆହୁରି 606 ଏକର, ଏହିପରି ୧୦୦୧ ଏକର ଜମି ସରକାରୀ ଖାତାକୁ ଫେରିବାର ବାଟ ଫିଟିଥିଲା ବୋଲି ତାରାଦତ୍ତ ତାଙ୍କ ଆତ୍ମଜୀବନୀରେ ଦର୍ଶାଇଛନ୍ତି।
ଲୋକାଲ ୱାୟାର
Leave a Reply