ଭୁବନେଶ୍ୱର, ଡିସେମ୍ବର ୧୧(ଲୋକାଲ ୱାୟାର): ଯାତ୍ରା କଳାକାର ଓ କର୍ମଚାରୀ ସଂଘ, ଓଡ଼ିଶା ଆନୁକୂଲ୍ୟରେ ନନ୍ଦନକାନନ ଠାରେ ସଂଘର ରାଜ୍ୟ ସମ୍ପାଦକ ଆରକେ ହୀରାଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ସର୍ବସମ୍ମତିକ୍ରମେ ରାଜଧାନୀ ଅପେରା ପ୍ରଯୋଜକ ପବିତ୍ର ପାତ୍ରଙ୍କୁ ସଂଘର ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ଉପଦେଷ୍ଟା ଭାବରେ ମନୋନୀତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଯାତ୍ରା ଜଗତର ପାଖାପାଖି ୬୦ଜଣ କଳାକାର ଯୋଗ ଦେଇ ଶ୍ରୀ ପାତ୍ରଙ୍କୁ ମନୋନୀତ କରିବା ସହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ଏହି ଅବସରରେ ପ୍ରଯୋଜକ ଶ୍ରୀ ପାତ୍ର ସଂଘ କାର୍ଯ୍ୟାଳୟ ନିମନ୍ତେ ମାଗଣାରେ ଜାଗା ପ୍ରଦାନ କରିବେ ବୋଲି ଘୋଷଣା କରିବା ସହ ସଂଘକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି ।
ଲୋକାଲ ୱାୟାର
Leave a Reply