ଭୁବନେଶ୍ୱର, ଅଗଷ୍ଟ ୭(ଲୋକାଲ ୱାୟାର): କରୋନା ସଂକ୍ରମଣ ରୋକିବାକୁ ଭାରତ ସରକାର ଲକଡାଉନ୍ ଘୋଷଣା କରିଥିବା ବେଳେ ଏବେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ଘଟୁଛି ।
କଳାକାରମାନଙ୍କ ଜୀବିକା ଉପରେ ପ୍ରଭାବ ପଡ଼ିଥିବା ବେଳେ ଓଡ଼ିଶାର କଳାକାରମାନେ ରୋଜଗାର ନପାଇ ଭୋକ ଓପାସରେ କାଳାତିପାତ କରୁଛନ୍ତି ।
ତେବେ ଯାତ୍ରା ଓ ଫିଲ୍ମ ଟିଭି ସିରିଏଲମାନଙ୍କରେ ଅଭିନୟ କରୁଥିବା କଳାକାରମାନଙ୍କର ଲକ୍ ଡାଉନ୍ ପୂର୍ବରୁ ଦରମା ଟଙ୍କା ବାକି ଥିବା ବେଳେ ସେହି ଟଙ୍କାକୁ ପ୍ରଯୋଜକମାନେ ଦେଉ ନାହାନ୍ତି ।
ଯାତ୍ରାପାର୍ଟି ମାଲିକମାନେ ମଧ୍ୟ କଳାକାର ଓ ଯାତ୍ରା ମଞ୍ଚ ପାଇଁ କାମ କରୁଥିବା ଶ୍ରମିକମାନଙ୍କୁ ଟଙ୍କା ଦେଉ ନାହାନ୍ତି ।
ଫଳରେ ସେମାନେ ହତାଶ ହୋଇ ପଡ଼ିଥିବାବେଳେ ମାଲିକମାନେ କଳାକାର ଓ ଶ୍ରମିକମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି ।
ଏହାର ପ୍ରତିକାର କରିବା ଓ ସେମାନଙ୍କର ପ୍ରାପ୍ୟ ଟଙ୍କା ଦେବା ପାଇଁ ଶୁକ୍ରବାର କଳାକାର ସଂଘ ପକ୍ଷରୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଲୋକାଲ ୱାୟାର
Leave a Reply