ଭଦ୍ରକ, ଜାନୁଆରୀ ୨୩ (ଲୋକାଲ ୱାୟାର): ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍.ଡି.ଆର୍.ଏଫ୍.), ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଗୁରୁବାର ପୁରୀରେ ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି।
ତାଳବଣିଆ ସ୍ପୋର୍ଟସ କଂପ୍ଲେକ୍ସରୁ ସକାଳ ୭ଟାରେ ଆରମ୍ଭ ହୋଇଥିବା ଏହି ମାରାଥନ୍ ୮ କିଲୋମିଟର ବାଟ ଅତିକ୍ରମ କରି ବଳିଆପଣ୍ଡାସ୍ଥିତ ଆସିଆନା ଲାଗୁନ ଯାଏ ଯାଇଥିଲା।
ଏଥିରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ, ବିଭିନ୍ନ କ୍ରୀଡା ସଂଘ, କ୍ଲବ୍ ଓ କ୍ରୀଡ଼ା ସଂଘର ୨ ହଜାର ୭ ଶହ ବ୍ୟକ୍ତି ଭାଗ ନେଇଥିଲେ।
ଏହି ମାରାଥନର ବାଳିକା ବର୍ଗରେ ଜଙ୍ଗଲି କ୍ଲବର ସମସାଦାରା ଵେଗମ୍ ପ୍ରଥମ, ମୟୂରଭଞ୍ଜର ସଂଧ୍ୟା ମୁର୍ମୁ ଦ୍ୱିତୀୟ ଏବଂ ସ୍ମାଇଲ୍ ମହାନ୍ତି ତୃତୀୟ ସ୍ଥାନ ଅକ୍ତିଆର୍ କରିଥିବାବେଳେ ବାଳକ ବର୍ଗରେ ମୁକୁନ୍ଦ ବାନରା ପ୍ରଥମ, ରଶ୍ମିରଞ୍ଜନ ନାୟକ ଦ୍ୱିତୀୟ ଓ ସୁଧାଂଶୁ ନାୟକ ତୃତୀୟ ହୋଇଛନ୍ତି।
ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରତିଯୋଗୀଙ୍କୁ ଯଥାକ୍ରମେ ୩୦, ୨୦ ଓ ୧୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା।
ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଏନ୍.ଡି.ଆର୍.ଏଫ୍. ପକ୍ଷରୁ ରାମଚଣ୍ଡୀରେ ଆସନ୍ତା ଫେବ୍ରୁଆରୀ ୧୧ରୁ ତିନିଦିନିଆ ମକଡ୍ରିଲ୍ ଆୟୋଜିତ ହେବ ବୋଲି ଏହି ଅବସରରେ କୁହାଯାଇଛି।
ଲୋକାଲ୍ ଓ୍ବାୟାର୍
Leave a Reply