• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ପ୍ରାଗ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରେ ‘କାଲିର ଅତୀତ’ର ବିଶ୍ୱସ୍ତରୀୟ ପ୍ରିମିୟର ହେବ

ପ୍ରାଗ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରେ ‘କାଲିର ଅତୀତ’ର ବିଶ୍ୱସ୍ତରୀୟ ପ୍ରିମିୟର ହେବ

February 23, 2021 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୨୩(ଲୋକାଲ ୱାୟାର): ନୀଳମାଧବ ପଣ୍ଡାଙ୍କ ସିନେମା ‘କାଲିର ଅତୀତ’ ଓସ୍କାର ଦୌଡ଼ରେ ସାମିଲ ହୋଇଥିବା ବେଳେ ଏହାକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି ।

୨୮ତମ ପ୍ରାଗ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ “ଫେବିଓଫେଷ୍ଟ’ରେ ପ୍ରିମିୟର୍ କରିବା ଲାଗି ଏହି ସିନେମାକୁ ଆମନ୍ତ୍ରଣ କରାଯାଇଥିବା ନୀଳ ମାଧବ ପଣ୍ଡା କହିଛନ୍ତି ।

ଫେବିଓଫେଷ୍ଟ୍ ଚେକ୍ ଗଣରାଜ୍ୟର ପ୍ରାଗରେ ଏପ୍ରିଲ୍ ୨୯ରୁ ଆରମ୍ଭ ହୋଇ ମେ’୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆଜି ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କାଲିର ଅତୀତର ଟ୍ରେଲର୍ ଉନ୍ମୋଚନ କରାଯାଇଛି ।

ଏହି ସିନେମା ଓସ୍କାର ଦୌଡ଼ରେ ସାମିଲ ହେବା ପରଠାରୁ ସାରା ବିଶ୍ୱରେ ଥିବା ଓଡ଼ିଆ ସମ୍ପ୍ରଦାୟରୁ ନୀଳମାଧବଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଛି ଓ ସୋସିଆଲ ମିଡ଼ିଆରେ ଏହାର ପ୍ରଚାର କରୁଛନ୍ତି ।

କାଲିର ଅତୀତ ହେଉଛି ଭାରତୀୟ ସିନେମା ନିର୍ମାତା ନୀଳମାଧବ ପଣ୍ଡାଙ୍କ ସିନେମା ଯେଉଁଥିରେ ପିତବାସ ତ୍ରିପାଠୀ ଅଭିନୟ କରିଛନ୍ତି ।

ସମୁଦ୍ର ଜଳସ୍ତରରେ ବୃଦ୍ଧି ଯୋଗୁଁ ମନୁଷ୍ୟ ଓ ସମୁଦ୍ର ମଧ୍ୟରେ ସଂଘର୍ଷକୁ ଏଥିରେ ଅତି ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି ।

ଏହି ଅବସରରେ ଶ୍ରୀ ପଣ୍ଡା କହଛନ୍ତି ଯେ, “ମୁଁ ବହୁତ ଖୁସି ଯେ ସାରା ବିଶ୍ୱର ଓଡ଼ିଆ ଲୋକମାନେ, ସମ୍ପ୍ରଦାୟ ଓ ଫୋରମ୍ଗୁଡ଼ିକ ମୋତେ ସମର୍ଥନ ଜଣାଇଥିବାରୁ ମୁଁ ଅତ୍ୟନ୍ତ ଖୁସି ଓ ଗର୍ବିତ ।

ଆମେ ସାରା ବିଶ୍ୱରେ ଏହାର ସ୍କ୍ରିନିଂ କରିବାକୁ ଯୋଜନା ରଖିଛୁ । ଆମ ସମୟର ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସିନେମା ଯାହା ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିଷୟରେ କହୁଛି । ସମସ୍ତେ ଏହି ସିନେମା ଦେଖିବାକୁ ଉଚିତ ।

ଯଦି ଓସ୍କାର ଦୌଡ଼ରେ ସାମିଲ ହୋଇନଥାନ୍ତା ତଥାପି ମୁଁ ସାରା ବିଶ୍ୱରେ ଏହାର ପ୍ରଚାର ପ୍ରସାର କରିଥାନ୍ତି ।

ସାଧାରଣ ବର୍ଗରେ ପ୍ରବେଶ ମିଳିଥିବାରୁ ସିନେମାର ଉନ୍ନତ ପ୍ରଚାରରେ ତାହା ସହାୟକ ହେବ ।

ଆଉ ଏକ ଖୁସି ଖବର ହେଉଛି ପ୍ରାଗ୍ରେ ଏହି ସିନେମାର ବିଶ୍ୱସ୍ତରୀୟ ପ୍ରିମିୟର ହେବ । ମୁଁ ଏହାର ପ୍ରଥମ ଟ୍ରେଲରକୁ ଉନ୍ମୋଚନ କରି ଅତ୍ୟନ୍ତ ଆନନ୍ଦିତ ।’’

୨୦୦୬ରେ ଏକ ନଳକୂପ ଫଟୋକୁ ସମ୍ବାଦପତ୍ରରେ ଦେଖି ଏହି ସିନେମା ଆରମ୍ଭ କରିବାକୁ ନୀଳମାଧବ ନିଷ୍ପତ୍ତି ନେଇଥିଲେ ।

ନଳକୂପଟି ସମୁଦ୍ରରେ ବୁଡ଼ିଯାଇଥିଲା ଓ ସେହି ଚିତ୍ରଟି ସମୁଦ୍ର ପତନରେ ବୃଦ୍ଧି ଭୟଙ୍କର ସତ୍ୟ ସାମ୍ନାକୁ ଆଣିଥିଲା ।

ଏହି କାହାଣୀ ପାଇଁ ସ୍କ୍ରିନ୍ପ୍ଲେ କିମ୍ବା କାହାଣୀ ନଥିଲା । ପ୍ରଭାବିତ ଅଞ୍ଚଳ କେନ୍ଦ୍ରାପଡ଼ାରେ ବିନା ମେକ୍ ଅପ୍, ସେଟ୍ ଓ ଲାଇଟରେ ଏହାର ସୁଟିଂ ହେଇଛି ।

ଏହାକୁ ଗତ ଜାନୁଆରିରେ ଆଇଏଫଏଫଆଇରେ ପାନୋରାମା ବର୍ଗରେ ପ୍ରଦର୍ଶିତ କରାଯାଇଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ୱର

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire