ପୁରୀ, ଫେବ୍ରୁଆରି ୧୮ (ଲୋକାଲ ୱାୟାର): ଫନି କ୍ଷତିଗ୍ରସ୍ତ ସ୍ଥାନୀୟ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ମରାମତି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୧ କୋଟି ଟଙ୍କା ମଞ୍ଜୁର ହୋଇଛି।
ବିଶ୍ବବିଦ୍ୟାଳୟ ପକ୍ଷରୁ ସମୁଦାୟ ୩୮ କୋଟି ଟଙ୍କା ସହାୟତା ମାଗିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୦.୯୪ କୋଟି ଟଙ୍କା ଦିଆଯାଇଛି।
ଏହି ଅର୍ଥରେ ୩୯ଟି ସିଭିଲ୍, ସାତଟି ଇଲେକ୍ଟ୍ରନିକ୍ ଓ ୨୮ଟି ଅନ୍ୟାନ୍ୟ ମରାମତି କାର୍ଯ୍ୟ କରାଯିବ।
ଏଥିରେ ଷ୍ଟାଫ୍ କ୍ବାର୍ଟର୍ସ, ପ୍ରଫେସର କ୍ବାର୍ଟର୍ସ, ହଷ୍ଟେଲ, କଲେଜ ପାଚେରି, ପ୍ରାର୍ଥନାଗୃହ, ପ୍ରାଶାସନିକ କୋଠା, ଅତିଥି ଗୃହ, ଏକାଡେମିକ୍ ବିଲ୍ଡିଂ, କମନରୁମ, ସିଣ୍ଡିକେଟ୍ ହଲ, ପିଜି କାଉନସିଲ୍ ଅଫିସ, ସ୍ପୋର୍ଟସ କମ୍ପ୍ଲେକ୍ସ, ଲାଇବ୍ରେରୀ ବିଲ୍ଡିଂ, ବାଥରୁମ ଓ କବାଟ ଝରକା ମରାମତି ହେବ ବୋଲି କୁଳପତି ହରିହର ହୋତା ସୂଚୱନା ଦେଇଛନ୍ତି।
ଲୋକାଲ ୱାୟାର
Leave a Reply