କୋଣାର୍କ, ଜାନୁଆରୀ ୯ (ଲୋକାଲ ୱାୟାର): ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ ଗୁରୁବାର ସକାଳେ ଅଚାନକ କୋଣାର୍କ ମନ୍ଦିର ଗସ୍ତ କରିଥିବା ସୂଚନା ମିଳିଛି।
ଆଜି ସକାଳ ସେ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବାହାର ବେଢ଼ା ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ।
ଏହି ଅବସରରେ ସେ ସ୍ଥାନୀୟ ବିଭାଗୀୟ ଅଧିକାରୀମାନଙ୍କ ସହ କୋଣାର୍କ ମନ୍ଦିରର ସୁରକ୍ଷା, ସଂରକ୍ଷଣ ଓ ଅନ୍ୟ ପ୍ରସଂଗରେ ଆଲୋଚନା କରିଥିଲେ।
ରାଜ୍ୟ ସରକାର ପୁରୀକୁ ଐତିହ୍ୟ ସହର କରିବା ପ୍ରୟାସ ଆରମ୍ଭ କରିଦେଇଥିବାବେଳେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଚାଲିଛି।
ପାଣ୍ଡିଆନଙ୍କ ଏହି ଗସ୍ତ ପରେ କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି।
ଲୋକାଲ ୱାୟାର
Leave a Reply