ଭୁବନେଶ୍ୱର, ଜାନୁଆରୀ ୧୭(ଲୋକାଲ ୱାୟାର): ଏଣିକି ଭୁବନେଶ୍ୱର ଏକାମ୍ର ହାଟରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।
ଫେବ୍ରୁଆରୀ ପହିଲାରୁ ଏପରି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ ହେବ । ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗିତାରେ ଏପରି କାର୍ଯ୍ୟକ୍ରମ ପ୍ରତି ସନ୍ଧ୍ୟାରେ ଆୟୋଜନ କରାଯିବ ।
ଲୋକସେବା ଭବନରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ବର୍ଷାଦିନ ବ୍ୟତୀତ ବର୍ଷର ୮ମାସ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ ସାଂସ୍କୃତିକ ଦଳ ଲୋକପ୍ରିୟ ବିବିଧ ପ୍ରକାରର କଳା-ଶୈଳୀ ସମ୍ବଳିତ କାର୍ଯ୍ୟକ୍ରମ ପରିବେଷଣ କରିବେ ।
ଉଚ୍ଚସ୍ତରୀୟ ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ବିଶାଳ ଦେବ, ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply