ଭୁବନେଶ୍ୱର, ଜାନୁଆରୀ ୩୦(ଲୋକାଲ ୱାୟାର): ଫେବ୍ରୁଆରୀ ମାସ ଶେଷ ସୁଦ୍ଧା ଓଡ଼ିଶାକୁ ମଧ୍ୟପ୍ରଦେଶକୁ ଫେରିଯିବ ବାଘୁଣୀ ସୁନ୍ଦରୀ । ଏଥିପାଇଁ ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଓଡ଼ିଶା ପିସିସିଏଫ୍ (ବନ୍ୟଜନ୍ତୁ) ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି ।
୨୦୨୮ ଜୁନ୍ ୨୮ରେ ମଧ୍ୟପ୍ରଦେଶରୁ ଅନୁଗୁଳ ସାତକୋଶିଆ ଆସିଥିଲା ବାଘୁଣୀ ।
ପ୍ରଥମ ଥର ପାଇଁ ଦୁଇ ରାଜ୍ୟର ସହମତିରେ ବାଘ ବଂଶ ବୃଦ୍ଧି କରିବା ପାଇଁ ଆନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା କରାଯାଇଥିଲା ।
ଜୁଲାଇ ୬ରେ ସୁନ୍ଦରୀକୁ ଜଙ୍ଗଲରେ ଛଡ଼ାଗଲା । ବାଘୁଣୀ ସୁନ୍ଦରୀ ସାତକୋଶିଆରେ ଦୁଇଜଣ ଗ୍ରାମବାସୀଙ୍କୁ ମାରିବା ଅଭିଯୋଗରେ ଗାଁଲୋକେ ବନ ବିଭାଗକୁ ବିରୋଧ ପ୍ରଦର୍ଶନ କଲେ ।
ଶେଷରେ ସେହିପବର୍ଷ ନଭେମ୍ବର ୬ରେ ବନ ବିଭାଗ ସୁନ୍ଦରୀକୁ ବାନ୍ଧି ଆଣି ଏନକ୍ଲୋଜରରେ ଭର୍ତ୍ତି କରିଥିଲା ।
ସେବେଠାରୁ ଅନିଶ୍ଚିତତା ଭିତରେ ଥିଲା ସୁନ୍ଦରୀର ଭାଗ୍ୟ । ରାଜ୍ୟ ସରକାର ବାରମ୍ବାର ମଧ୍ୟପ୍ରଦେଶ ବନ ବିଭାଗକୁ ସୁନ୍ଦରୀକୁ ଫେରାଇ ନେବାକୁ ଅନୁରୋଧ କରିଥିଲେ ।
ଆଉ ଶେଷରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ପିସିସିଏଫ୍ ଶ୍ରୀ ଉପାଧ୍ୟାୟ କହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଜଙ୍ଗଲରେ ବୁଲୁଥିବା ବାଘୁଣୀ ସୁନ୍ଦରୀର ଗତିବିଧି ଅନୁଧ୍ୟାନ କରି ପଦକ୍ଷେପ ନେବାରେ ବିଫଳ ହେବା ଅଭିଯୋଗରେ ଏନ୍ଟିସିଏ ଓଡ଼ିଶା ବନ ବିଭାଗକୁ ତାଗିଦ କରିବା ସହ ସୁନ୍ଦରୀକୁ କାହ୍ନା ସଂରକ୍ଷିତ ଜଙ୍ଗଲକୁ ସ୍ଥାନାନ୍ତର କରିବା ପାଇଁ ବନ ବିଭାଗକୁ ତାଗିଦ କରିଥିଲେ ।
ଏକ ଜଙ୍ଗଲୀ ବାଘକୁ ଦୀର୍ଘଦିନ ଧରି ପଞ୍ଜୁରୀ ଭିତରେ ବନ୍ଦ କରି ରଖାଯାଇ ପାରିବ ନାହିଁ ବୋଲି ଏନଟିସିଏ ସ୍ପଷ୍ଟ କରିଥିଲେ ।
ଲୋକାଲ ୱାୟାର
Leave a Reply