ଭୁବନେଶ୍ୱର, ଫେବ୍ରୁଆରୀ ୧୦(ଲୋକାଲ ୱାୟାର): ସଂଭାବନା ପକ୍ଷରୁ ଫେବ୍ରୁଆରୀ ୨୦ରେ ବିଶ୍ୱ ମାତୃଭାଷା ଦିବସ ଅବସରରେ କିମ୍ୱଦନ୍ତୀ ଗାୟକ ପ୍ରଣବ କିଶୋର ପଟ୍ଟନାୟକଙ୍କ ସଙ୍ଗୀତର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ପ୍ରଣବ ପ୍ରତିଧ୍ୱନୀ’ ଅନୁଷ୍ଠିତ ହେବ ।
ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଣବ ଗାଇଥିବା ଭକ୍ତି ଗୀତ,ଜୀବନ ଦର୍ଶନ ସଙ୍ଗୀତ ଓ ପ୍ରଣୟ ସଙ୍ଗୀତର ତିନି ଗୋଟି ପର୍ଯ୍ୟାୟରେ ସ୍ୱୟଂ ପ୍ରଣବ କିଶୋର ପଟ୍ଟନାୟକ ସଙ୍ଗୀତ ପରିବେଷଣ କରିବେ ।
ତାଙ୍କ ସହ ଛନ୍ଦା ମିଶ୍ର, ଲିପ୍ସା ମିଶ୍ର, ସିଦ୍ଧାନ୍ତ ଶତ୍ପଥି, ଅର୍ଣ୍ଣବ ପଣ୍ଡା, ରିତିକା ରିମ୍ ଝିମ୍,ଇପ୍ସିତା ମହାନ୍ତି, ପୁଣ୍ୟତା ଦାଶ ଓ ବିପୁଲ ପ୍ରମୁଖ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିବେ ।
ଏହି ଅବସରରେ ରୁଚିସମ୍ପନ୍ନ ଓ ଭାବପୂର୍ଣ୍ଣ ଓଡ଼ିଆ ସଙ୍ଗୀତ ଗାୟନ ପାଇଁ ପ୍ରଖ୍ୟାତ ଗାୟିକା ଡ.ସୁଧା ମିଶ୍ରଙ୍କୁ ‘ପ୍ରଣବ ପରମ୍ପରା ସମ୍ମାନ’ ପ୍ରଦାନ କରାଯିବ ବୋଲି ସଂଭାବନାର ପରିଚାଳନା ଟ୍ରଷ୍ଟି ଦେବ ପ୍ରସାଦ ପରିଜା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସମ୍ମିଳନୀରେ ଟ୍ରଷ୍ଟି ସ୍ମୃତି ମହାନ୍ତି,ରାଜଶ୍ରୀ ଶତ୍ପଥି, ଛନ୍ଦା ମିଶ୍ରଙ୍କ ସମେତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply