ଭଦ୍ରକ, ଅକ୍ଟୋବର ୩୦(ଲୋକାଲ ୱାୟାର): ଫେସବୁକରେ ଜଣେ ମହିଳାଙ୍କୁ ପ୍ରେମ ନିବେଦନ ଘଟଣାରେ ଶୁକ୍ରବାର ଭଦ୍ରକରେ ଜଣେ ବ୍ୟକ୍ତିଙ୍କୁ ଦୁଇ ଜଣ ନିର୍ଦ୍ଧୁମ ମାଡ଼ ମାରିବା ଘଟଣାରେ ସେମାନଙ୍କୁ ଜେଲ୍ ପଠାଯାଇଥିବା ସ୍ଥାନୀୟ ପୁଲିସ କହିଛି ।
ବାଲେଶ୍ୱରର ଜଣେ ବ୍ୟକ୍ତି ସମ୍ବଲପୁରରେ ରହୁଥିବା ଜଣେ ମହିଳାଙ୍କ ସହ ସୋସିଆଲ ମିଡିଆରେ ସମ୍ପର୍କ ସ୍ଥାପନ କରି ନିୟମିତ ପ୍ରେମ ନିବେଦନ କରି ଆସୁଥିଲେ ।
ମହିଳା ଜଣଙ୍କ ଏ ସମ୍ପର୍କରେ ଭଦ୍ରକରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ । ମହିଳାଙ୍କର ଦୁଇ ଜଣ ସମ୍ପର୍କୀୟ କୌଶଳ କ୍ରମେ ପ୍ରେମ ନିବେଦନ କରୁଥିବା ବ୍ୟକ୍ତିଙ୍କୁ ଶୁକ୍ରବାର ଭଦ୍ରକ ଡକାଇଥିଲେ ।
ସେ ଭଦ୍ରକ ସହରର ବନ୍ତ ଛକରେ ପହଞ୍ଚିବା ମାତ୍ରେ ତାଙ୍କୁ କାରରୁ ଟାଣି ଦୁଇ ଜଣ ନିସ୍ତୁକ ମାଡ଼ ମାରିଥିଲେ । ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ପ୍ରେମ ନିଦେନ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିଥିଲା ।
ଏଥିସହ ତାଙ୍କୁ ମାଡ଼ ମାରିଥିବା ମହିଳାଙ୍କ ଦୁଇ ସମ୍ପର୍କୀୟଙ୍କୁ ମଧ୍ୟ ଗିରଫ କରି ଜେଲ ପଠାଇବା ସହ ଘଟଣାର ଅଧିକ ତଦନ୍ତ କରୁଛି ।
ଲୋକାଲ ୱାୟାର
Leave a Reply