କଟକ, ସେପ୍ଟେମ୍ବର ୨୦ (ଲୋକାଲ ୱାୟାର) : ଫେସ୍ବୁକ୍ରେ ଧାର୍ମିକ ଭାବନାକୁ ଆଘାତ ଦେଇ ପୋଷ୍ଟ କରିଥିବାରୁ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ପୋଷ୍ଟକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି କଟକ ଡିସିପି ଟ୍ୱିଟ୍ କରି କହିଛନ୍ତି ।
ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ଲାଇକ୍ ଓ ସେୟାର କରିଥିବା ଲୋକଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ସୂଚନା ଦେଇଛନ୍ତି ।
ଜନସାଧାରଣଙ୍କୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ସେ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ପୋଷ୍ଟକାରୀ ମା’ ଦୁର୍ଗାଙ୍କୁ ନେଇ ଅପମାନଜନକ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି । ଏ ନେଇ କଟକ ବିଜେପି ପକ୍ଷରୁ ମଧ୍ୟ ଥାନାରେଏତଲା ରୁଜୁ କରାଯାଇଛି ।
ଲୋକାଲ ୱାୟାର
Leave a Reply