ଭୁବନେଶ୍ୱର, ଡିସେମ୍ବର ୧୮(ଲୋକାଲ ୱାୟାର): ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର । ବର୍ଷ ତମାମ ଏଠାକୁ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି ।
ତେଣୁ ତାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳର ବିକାଶ ଓ ପର୍ଯ୍ୟଟନ ଭିତ୍ତିଭୂମି ସଜାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛି ଓଡ଼ିଶା ପର୍ଯ୍ୟଟନ ବିଭାଗ ।
ଗୁରୁବାର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଭାଗୀୟ ନିଦେ୍ର୍ଦଶକ ସଚ୍ଚିନ ରାମଚନ୍ଦ୍ର ଯାଦବ ହରିଶଙ୍କର ବୁଲି ଦେଖିବା ସହିତ ଏହାର ଉନ୍ନତିକରଣ ଲାଗି ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଏହି ପରିଦର୍ଶନ କାଳରେ ବଲାଙ୍ଗୀର ଜିଲ୍ଲାପାଳ ଉପସ୍ଥିତ ରହି ଅତୀତରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରିବା ସହ ଆଗକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କଲାଭଳି ଏବଂ ସେମାନଙ୍କ ସୁବିଧା ଲାଗି କି କି ବ୍ୟବସ୍ଥା ଗ୍ରହଣ କରାଯିବ ।
ସେଥିପାଇଁ କ’ଣ ଯୋଜନା ରହିଛି ତାକୁ ବିସ୍ତୃତ ଭାବେ କହିଥିଲେ । ହରିଶଙ୍କର ଓ ଏହାର ଆଖପାଖରେ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଆକର୍ଷିତ କରିବା ଲାଗି ପଦକ୍ଷେପ ନିଆଯାଉଥିଲା ବେଳେ ବିଭାଗୀୟ ଅଧିକାରୀଙ୍କ ଅଚାନକ ଗସ୍ତ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି ।
ଗତମାସରେ ହରିଶଙ୍କରକୁ ଯାତାୟାତ ନିମନ୍ତେ ବଲାଙ୍ଗୀରରୁ ହରିଶଙ୍କର ମଧ୍ୟରେ ୨୫ ସିଟ୍ ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ ଆରମ୍ଭ ହୋଇଛି ।
ହରିଶଙ୍କର ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧କୋଟି ଟଙ୍କା ଯୋଗାଇ ଦେବା ପରେ ପ୍ରଥମ ପଦକ୍ଷେପ ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି ।
ଏହାର କିଛିଦିନ ପୂର୍ବରୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ନୃସିଂହନାଥ ଓ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରି ସେଠାରେ ଭିତ୍ତିଭୂମି ସଜଡ଼ାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଲୋକାଲ ୱାୟାର
Leave a Reply