ପାରାଦୀପ, ଜାନୁଆରୀ ୩ (ଲୋକାଲ ୱାୟାର): ବନ୍ଦରର ୫୯ତମ ପ୍ରତିଷ୍ଠା ଦିବସ ଅବସରରେ ଶୁକ୍ରବାର ବନ୍ଦର ନଗରୀରେ ପାରାଦୀପ ମାରାଥନ୍-୨୦୨୦ ଅନୁଷ୍ଠିତ ହୋଇଯାଇଛି।
ପାରାଦୀପ ପୋର୍ଟ ଟ୍ରଷ୍ଟ ଚେୟାରମ୍ୟାନ୍ ରିଙ୍କେଶ ରାୟ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।
ସ୍ଥାନୀୟ ହନୁମାନ ମନ୍ଦିର ଛକରୁ ଏହି ମାରାଥନ୍ ବାହାରି ୧୪ କିଲୋମିଟର ବାଟ ଅତିକ୍ରମ କରି ଗୋପବନ୍ଧୁ ଷ୍ଟାଡିୟମରେ ପହଞ୍ଚିଥିଲା।
ଏଥିରେ ବନ୍ଦର କର୍ମଚାରୀଙ୍କ ସମେତ ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ।
ମାରାଥନରେ ୮୫ ଜଣ ମହିଳାଙ୍କ ସମେତ ସମୁଦାୟ ୬୭୮ ଜଣ ଭାଗ ନେଇଥିଲେ, ଯେଉଁଥିରେ ପୁରୁଷ ବର୍ଗରେ ଅନୁଗୁଳର ସୁଧାଂଶୁ ନାୟକ ପ୍ରଥମ ହୋଇଥିବାବେଳେ ମାଲକାନଗିରିର ବୁଦ୍ରା ବିଶୁ ଦ୍ବିତୀୟ ଓ ଝାଡଖଣ୍ଡର ମୁକୁନ୍ଦ ବାନ୍ରା ତୃତୀୟ ସ୍ଥାନ ଅଧିକାର କରିଥିଲେ।
ସେହିପରି ମହିଳା ବର୍ଗରେ ମୟୂରଭଂଜର ଇତିଶ୍ରୀ ମହନ୍ତି ପ୍ରଥମ, ମୟୂରଭଂଜର ସଂଧ୍ୟା ମୁର୍ମୁ ଦ୍ବିତୀୟ ଓ ଝାଡଖଣ୍ଡର ସିକ୍ରା ବସରା ତୃତୀୟ ହୋଇଥିଲେ।
ଲୋକାଲ୍ ଓ୍ବାୟାର୍
Leave a Reply