ବୁର୍ଲା, ସେପ୍ଟେମ୍ବର ୨୫ (ଲୋକାଲ ୱାୟାର) : ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମୁଥିବାରୁ ୫ଟି ଗେଟ୍ ବନ୍ଦ କରାଯାଇଛି ବୋଲି ଡ୍ୟାମ କର୍ତ୍ତୃପକ୍ଷ ଶୁକ୍ରବାର ସୂଚନା ଦେଇଛନ୍ତି ।
ଏବେ ଡ୍ୟାମ୍ର ୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପଟର ୫ ଓ ଦକ୍ଷିଣ ପଟର ୨ ଗେଟ୍ ଦେଇ ଜଳ ନିଷ୍କାସିତ ଜାରି ରହିଛି ।
ବର୍ତ୍ତମାନ ଡ୍ୟାମ୍କୁ ସେକେଣ୍ଡ ପିଛା ୧୮୫୫୧୧ କ୍ୟୁସେକ ଜଳ ପ୍ରବେଶ କରୁଛି ଏବଂ ପ୍ରତି ସକେଣ୍ଡରେ ୧୯୯୮୦୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ଏବେ ଏହାର ଜଳସ୍ତର ୬୨୮.୯୭ ଫୁଟ୍ ରହିଛି ।
ଲୋକାଲ ୱାୟାର
Leave a Reply