ଯାଜପୁର, ସେପ୍ଟେମ୍ବର ୨୨(ଲୋକାଲ ୱାୟାର): କୃଷକମାନଙ୍କୁ ବନ୍ୟା କ୍ଷୟକ୍ଷତି ସହାୟତା ଯୋଗାଇ ଦେବାରେ ବିଭାଗୀୟ କର୍ତ୍ତୃପକ୍ଷ ନିଷ୍କ୍ରିୟତା ଦେଖାଉଥିବାରୁ ଏହାକୁ ବିରୋଧ କରି ମଙ୍ଗଳବାର ଯାଜପୁର ଜିଲ୍ଲାର ଚଣ୍ଡୀଖୋଲଠାରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ୫ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି ।
ଫଳରେ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ତିନି ଘଣ୍ଟା ଧରି ଟ୍ରାଫିକ୍ ଫାଟ ସୃଷ୍ଟି ହୋଇଥିଲା ।
କେବଳ ସେତିକି ନୁହେଁ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ସରକାର ରିଲିଫ୍ ଦେବାରେ ମଧ୍ୟ ଅବହେଳା କରିଥିବାରୁ ବୟୁ ସଂଖ୍ୟାରେ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ବନ୍ୟା ଯୋଗୁଁ ଯାଜପୁର ଓ ଏହାର ଆଖପାଖ ଅଞ୍ଚଳର ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି ।
ବନ୍ୟା କ୍ଷୟକ୍ଷତିର କ୍ଷତିପୂରଣ ବାବଦକୁ ଆମେ ଜାତୀୟ ରାଜପଥ ଅବରୋଧ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୧୫ ହଜାର ଟଙ୍କା ମାଗିଛୁ ।।
ପ୍ରତିବର୍ଷ ବନ୍ୟା, କମ୍ ବର୍ଷା, ମରୁଡ଼ି, ଲଗାତାର ବର୍ଷା ଯୋଗୁଁ ଏହି ଅଞ୍ଚଳର ଚାଷୀମାନେ ଫସଲ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥାନ୍ତି ।
କୃଷକମାନଙ୍କ ଏହି ସମସ୍ୟାର ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ନେଉନଥିବା ନବ ନିର୍ମାଣ କୃଷକ ସଙ୍ଗଠନ ଜାତୀୟ ସଂଯୋଜକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି; ବନ୍ୟା କ୍ଷୟକ୍ଷତି ଯୋଗୁଁ ହଜାର ହଜାର କୃଷକ ରାତି ଅନିନ୍ଦ୍ରା ହେବା ସହ ଏଥିପାଇଁ ସରକାରଙ୍କ କୃଷିନୀତିକୁ ଦାୟୀ କରିଛନ୍ତି ।
କେବଳ ସେତିକି ନୁହେଁ ଚାଷୀମାନେ ନିଜ ନିଜର ଚାଷର ବୀମା କରାଉନଥିବାରୁ ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେମାନେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥାନ୍ତି ।
କୃଷି ଜମିଗୁଡ଼ିକୁ ବୀମା କରିବା ପାଇଁ ବର୍ତ୍ତମାନ ସୁଦ୍ଧା ସରକାର କୌଣସି ନୀତି ପ୍ରସ୍ତୁତ କରି ନାହାନ୍ତି । ଫଳସ୍ୱରୂପ ଅଧିକାଂଶ ଚାଷୀ ବୀମା କମ୍ପାନୀମାନଙ୍କ ଅନ୍ତର୍ଭୁକ୍ତ ହୋଇପାରିବେନି ।
ରାଜ୍ୟରେ କୃଷି ବିପର୍ଯ୍ୟସ୍ତ ପରିସ୍ଥିତିର ସାମ୍ନା କରୁଥିବା ବେଳେ ଚାଷୀଙ୍କୁ ସଠିକ୍ ମୂଲ୍ୟ, ସମ୍ମାନ ଓ ପେନସନ୍ ପ୍ରଦାନ କରିବାକୁ ନବ ନିର୍ମାଣ କୃଷକ ସଙ୍ଗଠନ ଜାତୀୟ ସଂଯୋଜକ ଅକ୍ଷୟ କୁମାର ଦାବି କରିଛନ୍ତି ।
ସେ କହିଛନ୍ତି ଆମେ ଚାହୁଁ ଚାଷୀଙ୍କୁ ଧାନ ତଥା ଅନ୍ୟାନ୍ୟ ଫସଲ ପାଇଁ ଉପଯୁକ୍ତ ଅର୍ଥ ମିଳୁ । ସମସ୍ତ କୃଷିଜାତ ଦ୍ରବ୍ୟର ଉତ୍ପାଦନ ମୂଲ୍ୟ ଆକାଶ ଛୁଆଁ ହୋଇଥିବା ବେଳେ କୃଷିଜାତ ଦ୍ରବ୍ୟ ଦାମ୍ ଖୁବ୍ କମ୍ ।
ଯାହାକି ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । କେବଳ ସେତିକି ନୁହେଁ ଉଭୟ ଗୃହରେ ପାରିତ ହୋଇଥିବା ଅନେକ କୃଷି ବିଲକୁ ଚାଷୀମାନେ ବିରୋଧ କରିଥିଲେ ।
ସେମାନେ କହିଥିଲେ ପାରିତ ବିଲ୍ ଗୁଡ଼ିକ କୃଷକ ବିରୋଧୀ ଓ ବଡ଼ ବଡ଼ କର୍ପୋରେଟ ହାଉସ୍ ମାନଙ୍କୁ ସୁହାଇଲା ଭଳି ।
ବିଶେଷ କରି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ ଶେଷ କରିବାକୁ ଏହା କରାଯାଉଥିବା ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ସୂଚନା ଦେଇଛନ୍ତି ।
ଲୋକାଲ ୱାୟାର
Leave a Reply