ଭୁବନେଶ୍ୱର,ଅଗଷ୍ଟ ୨୯(ଲୋକାଲ ୱାୟାର): ରାଜ୍ୟରେ ଲଗାଷ ବର୍ଷା ଜନିତ ବନ୍ୟା ବିତ୍ପାତରେ ଏ ପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ବିଭିନ୍ନ ନଦୀରେବ ନ୍ୟା ଆସି ୮ ଲକ୍ଷ ଲୋକ ଜଳବନ୍ଦୀ ହୋଇଥିବା ଶନିବାର ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) କହିଛନ୍ତି ।
ସେ କହିଛନ୍ତି, ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଅଧିକ ସଙ୍ଗୀନ ହୋଇ ୨୬ଟି ଘାଇ ହୋଇଛି ।
୫୬୦ ଗାଁ ପ୍ରଭାବିତ ହୋଇଛି ଏବଂ ୫୦ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର ହୋଇଛନ୍ତି । ଭଦ୍ରକରେ ୬୧୦ଟି ଗାଁ ପ୍ରଭାବିତ ହୋଇଛି ।
ତେବେ ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଆଦି ନଦୀରେ ବନ୍ୟା ଜଳ ହ୍ରାସ ପାଇବାରେ ଲାଗିଛି । ତେଣୁ ଆସନ୍ତାକାଲି ପରିସ୍ଥିତି ଅନେକାଂଶରେ ସୁଧୁରିଯିବା ଆଶା କରାଯାଉଛି ।
ସେ କହିଛନ୍ତି, ପାଣିରେ ବୁଡ଼ି ଯାଇ, ଭାସିଯାଇ କିମ୍ବା କାନ୍ଥପଡ଼ି କେତେକ ସ୍ଥାନରେ ଲୋକଙ୍କ ଜୀବନ ଯାଇଛି ।
ବନ୍ୟା ପ୍ରଭାବିତ ଅଞ୍ଚଳରେ ୮ ହଜାର ଘର ଭାଙ୍ଗିଛି ଏବଂ ପାଖାପାଖି ୩ ଲକ୍ଷ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ୩ ଲକ୍ଷରୁ ଅଧିକ ପ୍ରାଣୀସମ୍ପଦ ପ୍ରଭାବିତ ହୋଇଛନ୍ତି ।
ବନ୍ୟାଜଳ ହ୍ରାସ ହେବା ପରେ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏତିରେ ସ୍ଥାନୀୟ ପ୍ରଶାସନ, ରାଜସ୍ୱ ବିଭାଗ ଏବଂ କୃଷି ବିଭାଗ ସାମିଲ ହେବେ ।
ବନ୍ୟାଞ୍ଚଳରେ ୧୪ଟି ଓଡ୍ରାଫ୍ ଟିମ୍, ୧୫ଟି ଏନଡିଆରଏଫ୍ ୟୁନିଟ୍ ଓ ୧୯ଟି ଅଗ୍ନିଶମ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ସେ କହିଛନ୍ତି ।
ଲୋକାଲ ୱାୟାର
Leave a Reply