ଭୁବନେଶ୍ୱର, ନଭେମ୍ବର ୮ (ଲୋକାଲ ୱାୟାର): ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଡ. ଅଶୋକ କୁମାର ମହାପାତ୍ରଙ୍କର ଶନିବାର ଭୁବନେଶ୍ୱରର ଏକ ହସପିଟାଲରେ ୬୧ ବର୍ଷ ବୟସରେ ପରଲୋକ ହୋଇ ଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସାରୁଅ ଗ୍ରାମରେ ୧୯୫୯ ମସିହାରେ ଡ. ମହାପାତ୍ରଭ୍କ ଜନ୍ମ ହୋଇଥିଲା ।
ଶିକ୍ଷା ପରେ ସେ କିଛି ଦିନ ସେନାବାହିନୀରେ ଥିଲେ । ପରେ ସେ କଟକରେ ଶିକ୍ଷାଦାନ କରିବା ସହ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲଏଲବି ଏବଂ ଏଲଏଲଏମ୍ ଏବଂ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଆଇନରେ ପିଏଚଡି କରିଥିଲେ ।
ଏହାପରେ ଆଇନ ପେସାରେ ସେ ହାଇକୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣମାମଲା ପରିଚାଳନା କରିଥିଲେ ।
କଟକ ତଳତେଲେଙ୍ଗାବଜାରସ୍ଥିତ ବାସଭବନ ଏବଂ ହାଇକୋର୍ଟ ବାର୍ରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ ପରିବାରେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି ।
ଲୋକାଲ ୱାୟାର
Leave a Reply