ଭୁବନେଶ୍ୱର,ଜାନୁଆରୀ ୧୨(ଲୋକାଲ ୱାୟାର): ସୁନ୍ଦରଗଡ଼ର ପୁର୍ବତନ ସାଂସଦ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ମୋରିସ କୁଜୁରଙ୍କର ଭୁବନେଶ୍ଵର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ରବିବାର ସକାଳୁ ପରଲୋକ ହୋଇଥିବା ପରିବାର ସୁତ୍ରରୁ ସୁଚନା ମିଳିଛି |
କୁଜୁର ଭୁବନେଶ୍ବର କିମସ ମେଡିକାଲ ରେ ଚିକିତ୍ସିତ ହେଉଥିଲେ ।
ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇ ଥିଲା ।
ମୃତ୍ୟୁ ସମୟରେ ମେଡିକାଲ ରେ ତାଙ୍କ ଦୁଇ ପୁଅ ଓ ଦୁଇ ଝିଅ ଉପସ୍ଥିତ ରହି ଥିଲେ ।
୧୯୩୫ ମସିହାରେ ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରି ଉଚ୍ଚ ଶିକ୍ଷା ଲାଭକରି ଶିକ୍ଷକତା କୁ ବୃତ୍ତି ରୁପେ ଆପଣେଇ ଥିଲେ ।
୧୯୮୪ ମସିହାରେ ଶିକ୍ଷକତା ରୁ ରାଜନୀତିରେ ଯୋଗ ଦେଇ ସୁନ୍ଦରଗଡ ଲୋକସଭା ଆସନ ରୁ କଂଗ୍ରେସ ଦଲରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇ ଥିଲେ।
୧୯୮୯ ଯାଏ ଲୋକସଭା ସଂସଦ ରହିବା ପରେ ୧୯୯୬ ରୁ ୨୦୦୨ ଯାଏ ରାଜ୍ଯସଭା ସଦସ୍ୟ ରହିଥିଲେ।ଏହାପରେ ୨୦୦୮ ରୁ ୨୦୧୧ ଯାଏଁ ରାଜ୍ଯ ଏସସି କମିଶନର ଅଧ୍ୟକ୍ଷ ରହିଥିଲେ।
ଲୋକାଲ ୱାୟାର
Leave a Reply