ବଲାଙ୍ଗିର, ଅକ୍ଟୋବର ୫ (ଲୋକାଲ ୱାୟାର) : ବଲାଙ୍ଗିର ସହର କଲେଜ ଛକ ଏଡିବି ବ୍ୟାଙ୍କ ସମ୍ମୁଖରୁ ସୋମବାର ଜଣେ ବ୍ୟବସାୟୀଙ୍କ ଠାରୁ ପାଞ୍ଚ ଲକ୍ଷ ଟଙ୍କା ଲୁଟ୍ ହୋଇଛି ବୋଲି ସ୍ଥାନୀୟ ପୁଲିସ କହିଛି ।
ପୁଲିସ ସୂଚନା ଅନୁସାରେ, ଟିକ୍ରାପଡ଼ାର ବ୍ୟବସାୟୀ ସଞ୍ଜୟ ଶତପଥି ଆଜି ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ବ୍ୟାଗରେ ମୋଟ ୫ ଲକ୍ଷ ଟଙ୍କା ଧରି ବାହାରୁଥିବା ବେଳେ ହଠାତ ଦୁଇଜଣ ଯୁବକ ଏକ ପଲସର ବାଇକରେ ଆସି ବ୍ୟାଗ ଛଡାଇ ନେଇ ଫେରାର ହୋଇ ଯାଇଥିଲେ ।
ଘଟଣାସ୍ଥଳରେ ଟାଉନ୍ ଥାନ ପୁଲିସ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ଲୋକାଲ ୱାୟାର
Leave a Reply