ବଲାଙ୍ଗୀର, ଡିସେମ୍ବର ୬ (ଲୋକାଲ ୱାୟାର): ରାସ୍ତା କଡ଼ରେ ଗଦା ହୋଇଥିବା କୁଢ଼ କୁଢ଼ ଅଳିଆ ପ୍ରଦୂଷଣ ବଢ଼ାଇବା ସହ ବିଭିନ୍ନ ପ୍ରକାର ରୋଗର ଗନ୍ତାଘର ପାଲଟିଥାଏ ।
ବଲାଙ୍ଗୀର ସହର ମଧ୍ୟ ଏଥିରୁ ବାଦ ପଡ଼ିନଥିଲା । ସହରରୁ ଦିନକୁ ବାହାରୁଥିବା ୭ ଟନ ବର୍ଜ୍ୟ ପୌର ସଂସ୍ଥାର ଚିନ୍ତାର କାରଣ ପାଲଟିଥିଲା ।
ହେଲେ ବିଜାଖମଣ ଠାରେ ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର ସ୍ଥାପିତ ହେବା ପରେ ବଲାଙ୍ଗୀର ସହରର ବର୍ଜ୍ୟ ପରିଚାଳନା ସ୍ଥିତି ବଦଳିବାକୁ ଆରମ୍ଭ କରିଛି ।
ବିଜାଖମଣ ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରରେ ପ୍ରଥମେ କଠିନ ଓ ଓଦା ବର୍ଜ୍ୟ ଅଲଗା କରାଯାଏ । ଗୋଟିଏ ୟୁନିଟରେ ଓଦା ବର୍ଜ୍ୟକୁ ପ୍ରକ୍ରିୟାକରଣ କରାଯାଇ ସେଥିରୁ ସାର ପ୍ରସ୍ତୁତ କରାଯାଏ ।
ଅନ୍ୟ ୟୁନିଟରେ କଠିନ ବର୍ଜ୍ୟକୁ ଅଲଗା କରି ପୁନଃବ୍ୟବହାର ଯୋଗ୍ୟ କରି କବାଡ଼ିବାଲା ଓ ଜରିଗୋଟାଳିଙ୍କୁ ସେମାନଙ୍କ ବ୍ୟବସାୟ ପାଇଁ ଦିଆଯାଉଛି ।
ପ୍ଲାଷ୍ଟିକ ଓ ପଲିଥିନ ଭଳି ନଷ୍ଟ ହେଉନଥିବା ସାମଗ୍ରୀ ସିମେଣ୍ଟ ଫ୍ୟାକ୍ଟ୍ରିକୁ ପଠା ଯାଇଥାଏ ।
ବଲାଙ୍ଗୀର ସହରର ବର୍ଜ୍ୟ ପରିଚାଳନା ପାଇଁ ବିଜାଖମଣ ଡମ୍ପିଂ ୟାର୍ଡରେ ସ୍ଥାପିତ ଏମସିସିର ଦୈନିକ କ୍ଷମତା ୫ ଟନ ରହିଛି ।
ଏଠାରୁ ଜୈବ ସାର ଉତ୍ପାଦନ ଆରମ୍ଭ ହୋଇଛି ।
ଲୋକେ ଏଣେତେଣେ ଅଳିଆ ଫିଙ୍ଗି ପ୍ରଦୂଷଣ ନକରି ତଥା ଅଳିଆ ପୋଡି ପରିବେଶ ପ୍ରଦୂଷିତ ନକରି ମୁ୍ୟନିସିପାଲିଟିକୁ ଅଳିଆ ଦେବାକୁ ଅନୁରୋଧ କରାଯାଉଛି ବୋଲି ବଲାଙ୍ଗୀର ମୁ୍ୟନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦୀପ କହିଛନ୍ତି ।
ଏମସିସିରୁ ଉତ୍ପାଦିତ ସାର କିଲୋପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି । ଏପର୍ଯ୍ୟନ୍ତ ଆମେ ୩ ହଜାର ଟଙ୍କାର ସାର ବିକ୍ରି କରି ସାରିଲୁଣି ।
ଏହାବ୍ୟତୀତ ବଲାଙ୍ଗୀର ମୁ୍ୟନିସିପାଲିଟି ପକ୍ଷରୁ ରାତିରେ ଅଳିଆ ସଫା ଓ ଓଳାଇବା କାମ କାମ ସପ୍ତାହେ ହେଲା ଆରମ୍ଭ ହୋଇଛି ବୋଲି ବଲାଙ୍ଗୀର ମୁ୍ୟନିସିପାଲିଟିରେ କାର୍ଯ୍ୟରତ ଶିକ୍ଷାନବୀଶ ଆଇଏଏସ ଅଧିକାରୀ ମନୋଜ ମହାଜନ କହିଛନ୍ତି ।
ଲୋକାଲ ୱାୟାର
Leave a Reply