ବଲାଙ୍ଗୀର, ଡିସେମ୍ବର ୧୮ (ଲୋକାଲ ୱାୟାର): ବଲାଙ୍ଗୀର ଜିଲ୍ଲା ଆଠଗାଁ ପଞ୍ଚାୟତ ଅନ୍ତର୍ଗତ ତଣ୍ଡାମୁଣ୍ଡା ଗାଁର ଚାଷୀମାନେ ମୁଖ୍ୟତଃ ପନିପରିବା ଚାଷ ଉପରେ ନିର୍ଭରଶୀଳ ।
ଗାଁର ଚାଷୀମାନେ କୋବି, ଲଙ୍କା, କଲରା, ଭେଣ୍ଡି, ମୂଳା ଓ ଅନ୍ୟାନ୍ୟ ପନିପରିବା ଚାଷ କରି ବଜାରରେ ବିକ୍ରି କରିଥାନ୍ତି ।
ଚଳିତ ବର୍ଷ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ଗାଁର ୨୦ ଯୁବ ଓ ଉଦ୍ୟମୀ ଚାଷୀଙ୍କୁ ବ୍ରକୋଲି ଚାଷ ସମ୍ପର୍କିତ ପ୍ରଶିକ୍ଷଣ ନେଇଥିଲେ ।
ବ୍ରକୋଲି ଏକ ଉନ୍ନତ ମାନର ପରିବା ହୋଇଥିବାରୁ ଚାଷୀମାନେ ଏହାକୁ ବଲାଙ୍ଗୀର ବଜାରରେ ଏହାର ଚାହିଦା ବେଶ ଭଲ ରହିଛି ।
ନର୍ସରୀରୁ ୨୦/୨୧ ଦିନର ଚାରା ଆଣି ପ୍ରସ୍ତୁତ କ୍ଷେତରେ ଲଗାଇ ନିୟମିତ ବ୍ୟବଧାନରେ ପାଣି ଦିଆଯାଏ । ସାଧାରଣତଃ ଶୀତଦିନେ ବ୍ରକୋଲି ଚାଷ ହେଉଥିବାରୁ ଏଥିରେ ରୋଗପୋକ ସମ୍ଭାବନା କମ୍ ଥାଏ ।
ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆମକୁ ବିହନ ଯୋଗାଇ ଦିଆଯାଏ । ବ୍ୟବସାୟୀମାନେ ଆମ ଠାରୁ କିଲୋଗ୍ରାମ ପ୍ରତି ୬୦ ଟଙ୍କା ଦରରେ ବ୍ରକୋଲି କିଣୁଛନ୍ତି ବୋଲି ଯୁବ ଚାଷୀ ଶ୍ରୀକାନ୍ତ ସାଏ କହିଛନ୍ତି ।
ଗତବର୍ଷ ଅଳ୍ପ ଜମିରେ ବ୍ରକୋଲି ଚାଷ କରିଥିଲି । ଲାଭ ଭଲ ହେବାରୁ ଚଳିତ ବର୍ଷ ଅଧିକ ଜମିରେ କୋବି ଚାଷ କରିଛି । ଏହା ୬୦ରୁ ୮୦ ଦିନିଆ ଫସଲ ବୋଲି ଯୁବ ଚାଷୀ ରଘୁ ପ୍ରଧାନ କହିଛନ୍ତି ।
ତେବେ ମଣ୍ଡି ବ୍ୟବସ୍ଥା ଓ ଅନ୍ୟ ବିକଳ୍ପ ସୁବିଧା ନଥିବାରୁ ବ୍ରକୋଲି ଅଭାବୀ ବିକ୍ରି ହେବାର ଆଶଙ୍କା ରହିଛି । ଏସବୁ ଅବ୍ୟବସ୍ଥା ଦୂରେଇବାକୁ ଉଦ୍ୟମ ହେଲେ ଚାଷୀମାନେ ଅଧିକ ଲାଭ ପାଇପାରିବେ ବୋଲି ଚାଷୀ ସିନ୍ଧୁ ସାଏ କହିଛନ୍ତି ।
ପରୀକ୍ଷାମୂଳକ ଭାବେ ହୋଇଥିବା ବ୍ରକୋଲି ଚାଷରୁ ହେଉଥିବା ଲାଭକୁ ଦେଖି ଗାଁର ଅନ୍ୟ ଚାଷୀମାନେ ଏହି ଚାଷ ପାଇଁ ଆଗେଇ ଆସିବେ ବୋଲି ଫାଉଣ୍ଡେସନର ଜଣେ ଅଧିକାରୀ କହିଛନ୍ତି ।
ଲୋକାଲ ୱାୟାର
Leave a Reply