ଭୁବନେଶ୍ୱର, ଅକ୍ଟୋବର ୧୪ (ଲୋକାଲ ୱାୟାର) : ଭୁବନେଶ୍ୱର ଆରଟିଓ-୨ ବୁଧବାର ଏକ ଯାତ୍ରୀବାହୀ ବସକୁ ୫ ଲକ୍ଷ ୬୬ ହଜାର ଟଙ୍କାର ଜରିମାନା କରିଥିବା ନେଇ ଜଣେ ଅଧିକାରୀ କହିଛନ୍ତି ।
ଅଧିକାରୀଙ୍କ ସୂଚନା ଅନୁସାରେ, ଓଡି ୧୦ ଏଫ୍ ୦୪୦୯ ନମ୍ବର ବିଶିଷ୍ଟ ଏହି ବସଟି କୋରାପୁଟରୁ ଭୁବନେଶ୍ୱର ମଧ୍ୟରେ ଯାତାୟତ କରୁଛି ।
ହେଲେ ବସଟି ୨୦୧୯ ମସିହା ମେ’ ମାସରୁ ଏ ପର୍ଯ୍ୟନ୍ତ ଏମସି ଟ୍ୟାକ୍ସ ପୈଠ କରି ନାହିଁ । ବସଟିର ବୈଧ ଷ୍ଟେଜ୍ କ୍ୟାରେଜ୍ ପରମିଟ୍ ମଧ୍ୟ ନାହିଁ ।
ତେଣୁ ବସକୁ ଟ୍ୟାକ୍ସ ସହ ମୋଟ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା ଜରିମାନା ଲଗାଯାଇଛି ।
ଲୋକାଲ ୱାୟାର
Leave a Reply