କଟକ, ନଭେମ୍ବର ୨୩(ଲୋକାଲ ୱାୟାର): କଟକରବ ବାଦାମବାଡ଼ି ବସଷ୍ଟାଣ୍ଡରେ ଏକ ବସରୁ ସୋମବାର ଅପରାହ୍ଣରେ ରଙ୍ଗବେରଙ୍ଗର ବିଭିନ୍ନ ପ୍ରଜାତିର ୫୨୦ ପକ୍ଷୀ ଓ ୬୮ଟି ଧଳା ଠେକୁଆ ଜବତ ହୋଇଥିବା ପୁଲିସ କହିଛି ।

କୋଲକାତାରୁ ଆସିଥିବା ‘ମା’ ଲକ୍ଷ୍ମୀ’ ନାମକ ବସରେ ଚଢ଼େଇ ଓ ଠେକୁଆ ଚାଲାଣ ହେଉଥିବା ଖବର ପାଇ ବାଦାମବାଡ଼ି ପୁଲିସ ଜଗି ରହିଥିଲା । ବସ୍ ରହିବା ମାତ୍ରେ ଚଢ଼ାଉ କରାଯାଇଥିଲା ।

ବସରୁ ୫୨୦ଟି ପକ୍ଷୀ ଜବତ ହୋଇଥିଲା । ସେଥିରେ ବଡ଼ଜି, ଗୁନଟିଙ୍ଗ୍, ଲଭ୍, କୋକୋଟାଇଲ୍ ଫିନଚ ପକ୍ଷୀ ଅଛନ୍ତି ।

ସେମାନଙ୍କୁ ଭିନ୍ନ ଭିନ୍ନ କାର୍ଟୁନରେ ରଖାଯାଇଥିଲା । ଏଥିସହ ବସରେ ୬୮ଟି ଧଳା ଠେକୁଆ ମଧ୍ୟ ଥିଲେ ।ପୁଲିସ ତୁରନ୍ତ ଏକ ସ୍ୱେଚ୍ଛାସେବୀ ସଂସ୍ଥାକୁ ଏଗୁଡ଼ିକୁ ହସ୍ତାନ୍ତର କରାଯାଇଛି ।

ବସର କଣ୍ଡକ୍ଟର ଓ ହେଲପରଙ୍କ ସମେତ ଚଢ଼େଇ ବେପାରୀମାନେ ଫେରାର ହୋଇ ଯାଇଥିବା ବେଳେ ଡ୍ରାଇଭରକୁ ଅଟକ ରଖାଯାଇଥିବା କହିଛନ୍ତି ସ୍ଥାନୀୟ ଥାନାଧିକାରୀ ରଶ୍ମିରଂଜନ ମହାପାତ୍ର ।

ଲୋକାଲ ୱାୟାର